ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ସଭାପତିତ୍ୱ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକରୀ ଅମ୍ଳାନ ଦାଶ ସ୍ୱାଧୀନତା ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପଜିଲ୍ଳାପାଳ ରଞ୍ଜନ କୁମାର ଜେନା ସ୍ୱାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସ୍ୱାଧୀନତା ଦିବସ ଦିନ ସକାଳ ୪.୩୦ମିନିଟରେ ସହରରେ ରାମଧୂନ ପ୍ରଚାର କରାଯିବା ସହିତ ଚର୍ଚ୍ଚିକା ବାଳିକା ହାଇସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ ହେବ । ସକାଳ ୭.୩୦ମିନିଟରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟପତାକା ଉତ୍ତୋଳନ କରାଯିବ । ସକାଳ ୭ଟାରେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ସକାଳ ୯.୧୫ ମିନିଟରେ ବାଙ୍କୀ କଚେରୀ ପଡିଆ ଠାରେ ମୁଖ୍ୟଅତିଥି ତଥା ଉପଜିଲ୍ଳାପାଳ ରଞ୍ଜନ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳନୀ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକବୋଧ ସଂଗୀତ ଓ ଓଡ଼ିଆ ବକ୍ତୃତା ସମେତ ବିଭିନ୍ନ ପ୍ରତିଯୋଗିତା କରାଯିବ । ସ୍ୱାଧୀନତା ଦିବସ ଉପଲକ୍ଷେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ , +୨ ଓ +୩ ରେ ଶ୍ରେଷ୍ଠ ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ କର୍ମଚାରୀ କାଳୀଚରଣ ତ୍ରିପାଠୀ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ପରିଚାଳନା କରିଥିଲେ । ଏହି ବୈଠକରେ ଉପଖଣ୍ଡ ପୋଲିସ୍ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ବାଙ୍କୀ ଥାନା ଅଧିକାରୀ ବାବୁଲି ବାରିକ, ଡମପଡ଼ା ତହସିଲଦାର ପ୍ରମୋଦ କୁମାର ନାୟକ, ବାଙ୍କୀ ତହସିଲଦାର ପ୍ରଜ୍ଞା ପାରମିତା ପୃଷ୍ଟି, ବାଙ୍କୀ କଲେଜ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ପଦ୍ମଲୋଚନ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ , ଡାକ୍ତର ଜଗଦିଶ ପଣ୍ଡା, ଆଇନ୍ଜୀବୀ ଧର୍ମପ୍ରସାଦ ମଙ୍ଗରାଜ, କବି କୌଶିକ ନାୟକ, ଇଂ.ସତ୍ୟବ୍ରତ ରଥଙ୍କ ସମେତ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ , ଶିକ୍ଷକୟିତ୍ରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବାଙ୍କୀ ତହସିଲଦାର ପ୍ରଜ୍ଞା ପାରମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
ବାଙ୍କୀ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ !!!

