ବଉଳାଙ୍ଗ ଗ୍ରାମ ଗଣେଶ ପୂଜା ଭସାଣୀ ଗଣ୍ଡଗୋଳ କୁ ନେଇ ଭିନ୍ନ ରାଜନୀତି !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପାଟପୁର ପଞ୍ଚାୟତ ବଉଳାଙ୍ଗ ଗ୍ରାମ ରେ ଗଣେଷ ପୂଜା ଭସାଣି ରେ ହୋଇଥିବା ଗଣ୍ଡଗୋଳ ଏବେ ଧୀରେ ଧୀରେ ରାଜନୈତିକ ମାହୋଲ କୁ ସରଗରମ କରିଛି | ପୋଲିସ ପକ୍ଷପାତିତା କରି ପାରାଦୀପ ବିଧାୟକ ଙ୍କ ଚାପରେ ବିଜେପି ର ସମିତି ସଭ୍ଯ ପ୍ରାର୍ଥୀ ପ୍ରହରାଜ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଅଭିଯୋଗ ଆଣିବା ସହ , ବିଜେଡି ସମର୍ଥକ ପ୍ରହଲ୍ଲାଦ ଓ ତାଙ୍କ ଭାଇ ଙ୍କୁ କଣ ପାଇଁ ଗିରଫ କରାଗଲା ନାହିଁ ସେନେଇ ପ୍ରଶ୍ନ ଉଠାଇ ଗତ ଚାରି ଦିନ ତଳେ କୁଜଙ୍ଗ ଥାନା ଆଗରେ ବିଜେପି ନେତା ସମ୍ପଦ ସ୍ୱାଇଁ ଓ ତାଙ୍କ ସମର୍ଥକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ରେ ବସିଥିଲେ | ଯାହାର ଦୃଢ଼ ପ୍ରତିବାଦ କରିଛି କୁଜଙ୍ଗ ବିଜେଡି | ବିଜେପି ଦଳ , ବିଧାୟକ ଙ୍କୁ ଏକ ଗ୍ରାମ ଗଣ୍ଡଗୋଳ ରେ ଜୋର ଜବରଦସ୍ତି ଟାଣି ଓଟାରି ପକ୍ଷ କରୁଥିବା ଓ ବିଜେପି ନେତା ସମ୍ପଦ ସ୍ୱାଇଁ ହୀନ ରାଜନୀତି କରୁଥିବା କୁଜଙ୍ଗ ବ୍ଲକ୍ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଜବାବ ଦେଇଛି | ବଉଳାଙ୍ଗ ଗ୍ରାମ ର ଭସାଣି ଗଣ୍ଡଗୋଳ କୁ ନେଇ କୁଜଙ୍ଗ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି | ଥାନା ରେ ବେଆଇନ୍ ଭାବେ ଆନ୍ଦୋଳନ କରିଥିବା ବିଜେପି ନେତା ସମ୍ପଦ ସ୍ୱାଇଁ ଙ୍କ ସମେତ ଅନେକ ଲୋକ ଙ୍କ ନାମରେ କୁଜଙ୍ଗ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ବିଜେଡି ଦାବି କରିଛି , ନଚେତ୍ ବିଜୁ ଛାତ୍ର ଜନତା , ଯୁବ ଜନତା ଓ ମହିଳା ସଂଗଠନ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି |

Leave a Reply

Your email address will not be published. Required fields are marked *