ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ନାଗରିକ ସମାଜ ର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ପ୍ରକାଶ ରଥ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଶିବିରକୁ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ଡ.ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ, ବିଜେଡ଼ି ମହିଳା ନେତ୍ରୀ ମୀରା ପରିଡ଼ା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମିଶନ ରକ୍ତଦାନ ତରଫରୁ ଗୁନୁ ଆଚାର୍ଯ୍ୟ, ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଶିବିର ରେ ୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଶିବିରରୁ ସଂଗୃହୀତ ରକ୍ତ ଥାଲାସେମିଆ ରେ ପୀଡ଼ିତ ଛୋଟ ଛୋଟ ଶିଶୁ ଙ୍କୁ ସମର୍ପିତ କରାଯାଇଥିଲା !
ଜନ୍ମ ଦିନରେ ରକ୍ତଦାନ ଶିବିର !!!

