କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଗାଡି ଚାଳନା ଶିଖିବା ଅବସ୍ଥାରେ ଜନଗହଳି ଅଞ୍ଚଳରେ ଗାଡି ପୁରାଇବା ପଡିଲା ମହାଙ୍ଗା ! କଳାପଥର ଷ୍ଟେଟ ବ୍ୟାଙ୍କ ଛକରେ ଘଟିଲା ଅଘଟଣ ! ରାସ୍ତା ପାର୍ଶ୍ବରେ ବାଇକ ରଖି ଜଳଖିଆ ଖାଉଥିବା ଲୋକଙ୍କ ଗାଡି କୁ ଧକ୍କା ଦେଲା କାର ! ଧକ୍କାରେ ଜୋରଦାର ଶବ୍ଦ ହେବା ପରେ ଚମକି ପଡ଼ିଥିଲେ ଲୋକେ ! ବାଇକ ଦୁଇଟି ସାମାନ୍ୟ ଭାଙ୍ଗି ଯାଇଥିବା ସମୟରେ , ଗାଡିକୁ ବ୍ୟାକ କରିବା ବେଳେ ସ୍କୁଲ ପାଚେରୀ ପାଖରେ ପଡିଥିବା ପୋଲ କୁ ଧକ୍କା ଦେଇଥିଲେ ଗାଡି ଚାଳକ ! ଦୁଇଥର ଧକ୍କା ହେବା ପରେ ରାସ୍ତାରେ ଜମିଥିଲା ଗହଳି , ତେବେ ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ଗାଡିକୁ ସେଠାରୁ ନେଇ ନିରାପଦ ସ୍ଥାନରେ ରଖିଥିଲେ !
ଭାରସାମ୍ୟ ହରାଇ ବାଇକ କୁ ପିଟିଲା କାର !!!

