କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ କାଠଯୋଡ଼ି ନଦୀ କୂଳରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ଉତ୍ସାହିତ କରିବା ପାଇଁ ସିଲଭର ସିଟି କଟକ ଚାରିଟେବୁଲ ଟ୍ରଷ୍ଟ ଓ ହ୍ୟୁମାନ ଅର୍ଗାନାଇଜେସନ ଫର୍ ପିପୁଲ୍ ଆଣ୍ଡ ଏନଭାର୍ଣ୍ଣମେଣ୍ଟ (ହୋପ) ମିଳିତ ଆନୁକୁଲ୍ୟରେ ରବିବାର ଏହି ପରିବେଶ ସୁରକ୍ଷା ଅଭିଯାନ ଅବସରରେ ଶତାଧିକ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ମାନେ ନବକିଶୋରଙ୍କ ଦ୍ଵାରା ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସୃଷ୍ଟି ବନାନୀ ଅଞ୍ଚଳ ବୁଲି ଦେଖିବା ସହିତ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କର ଏହି ନିରବଚ୍ଛିନ୍ନ ସାମାଜିକ ପ୍ରୟାସ ପାଇଁ “ପରିବେଶ ମିତ୍ର” ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।

ଏହି ଅବସରରେ ଅଶୋକ ଦାସ, ଗୁରୁ ପ୍ରସାଦ ସାହୁ, ସୁଶାନ୍ତ ସାହୁ, ପ୍ରଶାନ୍ତ ସାହୁ, ସୁଶିଲ ବାରିକ, ବିକାଶ ନାୟକ, ମାନସ ମହାନ୍ତି, ଚନ୍ଦନ ସାମନ୍ତରାୟ, ପ୍ରେମାନନ୍ଦ ପରିଡ଼ା, ଓମ୍ ପ୍ରକାଶ ପଣ୍ଡା ପ୍ରଭୃତି ୫୦ ରୁ ଅଧିକ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ବସନ୍ତ କୁମାର ପଣ୍ଡା, ଡ.ନିହାର ରଞ୍ଜନ ପଣ୍ଡା, ଚନ୍ଦନ ପଣ୍ଡା, ହେମନ୍ତ ଖଟୁଆ ଓ ଲିପୁ ପଣ୍ଡା ପ୍ରଭୃତି ଉପସ୍ଥିତ ରହି ସହଯୋଗ ଓ ମାର୍ଗଦର୍ଶନ କରିଥିଲେ ।

