ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଗଭୀର କୂଅକୁ ଡେଇଁ ମହିଳା ମୃତ୍ୟୁ ବରଣ କରିଛନ୍ତି ! ସୂଚନା ମୁତାବକ ଗ୍ରାମର ଅକ୍ଷୟ କୁମାର ତ୍ରପାଠୀ ଓ ତାଙ୍କ ସ୍ତ୍ରୀ ପୂଜାରଣି ପଣ୍ଡା ଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ପୂଜାରଣି ପଣ୍ଡା ଘର ପାର୍ଶ୍ଵରେ ଥିବା ଗଭୀର କୁଅ ମଧ୍ୟକୁ ଡେଇଁ ପଡ଼ିଥିଲେ । ଗଭୀର କୂଅରେ ମହିଳା ପଡିବା ପରେ , ସ୍ଥାନୀୟ ଲୋକେ ସୁକିନ୍ଦା ଦମକଳ ବାହିନୀ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ସୁକିନ୍ଦା ଅଗ୍ନିଶମ ଅଫିସର ରଜନୀକାନ୍ତ ସାମଲଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ! ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଡାକ୍ତର ସୁକିନ୍ଦା ପୋଲିସକୁ ଖବର ଦେଇଥିବା ସୂଚନା ମିଳିଛି ।
ରାଜଗୋଲା ଗ୍ରାମରେ ଗଭୀର କୂଅକୁ ଡେଇଁ ମହିଳା ମୃତ !!!

