ପିପିଲି ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ବୁଲା ଗାଈ ଗୋରୁ ଷଣ୍ଢଙ୍କ ସାହାରା ପାଲଟିଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ ! ପିପିଲି ନିମାପଡା ରୋଡ ଜଗନ୍ନାଥପୁର ବଜାର ରେ କିଛି ବୁଲା ଷଣ୍ଡ ରାସ୍ତା ରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା ! ଏବେ ଜମି ରେ ଧାନ ଫସଲ ଆରମ୍ବ ହୋଇଥିବାରୁ ଏମାନଙ୍କୁ ଚରିବା ପାଇଁ ଅସୁବିଧା ହେଉଥିବାରୁ ଏମାନେ ରାସ୍ତା ରେ ବୁଲୁଛନ୍ତି ! ଏହାକୁ ଦେଖି ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଭାପତି ଲଳିତ ବରାଳ ଓ ସେବା କାର୍ଯ୍ୟ ର ସଦସ୍ୟ ଆଶିଷ ବେହେରା, ବାଉରୀ ବନ୍ଧୁ ସେଠୀ, ନୃସିଂହ ବରାଳ, ସୂର୍ଯ୍ୟକାନ୍ତ ବରାଳ ,ମନୁ ଖଟାଈ ଓ ଅଭୟ ବରାଳ ସେବା ରେ ନିଜକୁ ସାମିଲ କରିଥିଲେ ! ଦୁର୍ଘଟଣା କୁ ଆଖି ଆଗରେ ଷଣ୍ଢ ମାନଙ୍କୁ ରାସ୍ତା ରୁ ହଟେଇବା ସହ ଖାଦ୍ୟ କିଛି ଦେଇଥିଲେ ! ଗୋ ସେବା ସବୁଠାରୁ ଉତ୍ତମ ସେବା ଏବଂ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ସଦା ସର୍ବଦା ଏହି ସେବା ଜାରି ରଖିବ ବୋଲି ପ୍ରକାଶ କରିଛନ୍ତି !
ବୁଲା ଗାଈ ଗୋରୁ ଷଣ୍ଢଙ୍କ ସାହାରା ପାଲଟିଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ !!!

