ମା’ ଉଗ୍ରତାରା ମନ୍ଦିର ରୁ ଚୋରି ଘଟଣା : ସମସ୍ତ ସୁନା ଅଳଙ୍କାର ଉଦ୍ଧାର , ଦୁଇ ଅଭିଯୁକ୍ତ କୁ ଗିରଫ କଲା ଟାଙ୍ଗୀ ପୋଲିସ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ରୁ ମା’ ଙ୍କର ସୁନା ଅଳଙ୍କାର ଚୋରି ଘଟଣାରେ ମା ଙ୍କ ସମସ୍ତ ଅଳଙ୍କାର ଉଦ୍ଧାର କରିବା ସହିତ ଚୋରି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ଚୋର କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ଏନେଇ ମଙ୍ଗଳବାର ଦିନ ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଖୋର୍ଦ୍ଧା ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ମୁଣ୍ଡ , ଏସଡିପିଓ ମିନାକ୍ଷୀ ଠାକୁର ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତି ରେ ଖୋର୍ଦ୍ଧା ଅତିରିକ୍ତ ଏସପି ସମସ୍ତ ସୂଚନା ଦେଇଛନ୍ତି । ଗତ ଶନିବାର ବିଳମ୍ବିତ ରାତ୍ରୀ ସମୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତଥା ପର୍ଯ୍ୟଟନ ସ୍ଥଳୀ ମା’ ଉଗ୍ରତାରା ଙ୍କ ସୁନା ଅଳଙ୍କାର ସହିତ ସୁନା ଆଖି ତାଡି ନେଇଥିଲେ ଚୋର । ସିସିଟିଭି ଫୁଟେଜ୍ କୁ ଆଧାର କରି ଚୋର ଧରିବାରେ ସକ୍ଷମ ହୋଇଛି ଟାଙ୍ଗୀ ପୋଲିସ । ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ବାଇଧର ପ୍ରଧାନ ଓ ଗଙ୍ଗାଧର ପ୍ରଧାନ । ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ୨ ଟିମ୍ ଗଠନ ହୋଇଥିବା ବେଳେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଏପରି ୩ ଟିମ୍ ଏହି ଚୋରି ଘଟଣାର ଛାନ୍ ବିନ୍ କରିବା ପରେ ଧରା ପଡିଛନ୍ତି ଏହି ଦୁଇ ପେଶାଦାର ଚୋର ।

Leave a Reply

Your email address will not be published. Required fields are marked *