ବାଣପୁର ବ୍ଲକ ଭେଟେଶ୍ୱର ଠାରେ ଖୋଲିଲା ନୂତନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ରାଜ୍ୟ ସରକାରଙ୍କୁ ଦେଲେ ଧନ୍ୟବାଦ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତ ରେ ରାଜ୍ୟ ସରକାର ଙ୍କ ଦ୍ଵାରା ନୂତନ ଭାବେ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦଘାଟନ କରାଯାଇଛି । ବିଗତ ଦିନରେ ଏଠାରେ ପ୍ରଥମ ରୁ ଦଶମ ଶ୍ରେଣୀ ଥିବା ବେଳେ ଚଳିତ ବର୍ଷ ଏଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ଯୁକ୍ତ ୨ କଳା ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲା ଯାଇଥିବା ବେଳେ ଏଠାରେ ୧୨୮ ଜଣ ବିଦ୍ୟାର୍ଥୀ ପଢି ପାରିବେ ବୋଲି ଜଣାଯାଇଛି ! ତେବେ ସେଥି ମଧ୍ୟରୁ ୧୦୨ ଜଣ ଛାତ୍ର ଛାତ୍ରୀ ନାମ ଲେଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯ ଜଣ ଛାତ୍ରୀ, ୫୬ ଜଣ ଛାତ୍ର ଓ ସ୍ପଟ୍ ରେ ୭ ଜଣଙ୍କ ନାମ ଲେଖା ଯାଇଥିବା ଅଧ୍ୟକ୍ଷ ଙ୍କ ଠାରୁ ଜଣାଯାଇଛି ! ବିଦ୍ୟାଳୟରେ ଜଣେ ଅଧ୍ୟକ୍ଷ ଏବଂ ୬ ଜଣ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ଆଜି ପ୍ରଥମ ଦିନରେ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉତ୍ସବ ରେ ଅତିଥି ମାନଙ୍କ ଦ୍ଵାରା ଶିକ୍ଷା ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ସନ୍ଧ୍ୟା ରାଣୀ ହରିଚନ୍ଦନ, ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀ ଚରଣ ପ୍ରଧାନ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ଦିବାକର ସାସମଲ୍, ଗ୍ରାମ ସଭାପତି ଦୁର୍ଯୋଧନ ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ! ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ , ଏନେଇ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *