ରୋହିବାଙ୍କ ସରପଞ୍ଚ ଙ୍କ ଗିରଫ ଦାବୀରେ ଓଡଗାଁ ଥାନା ସମ୍ମୁଖରେ ଧାରଣା ଦେଲା କଂଗ୍ରେସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଜେଡ଼ି କୁଜିନେତାଙ୍କ ଦାଦାଗିରି ବନ୍ଦ ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବୀରେ ନୟାଗଡ଼ – ଓଡଗାଁ କଂଗ୍ରେସ ପକ୍ଷରୁ ଓଡଗାଁ ଆଦର୍ଶ ଥାନା ସମ୍ମୁଖରେ ତିନି ଘଣ୍ଟିଆ ଧାରଣା ଦିଆଯାଇଥିଲା । ରୋହିବାଙ୍କ ଗ୍ରାମର ଗୌରକିଶୋର ଭଞ୍ଜଙ୍କ ନାବାଳକ ପୁଅ ଗଗନ ଭଞ୍ଜଙ୍କୁ ପଞ୍ଚାୟତ ବିଜେଡ଼ି ସରପଞ୍ଚ ମହନ୍ତ ବେହେରା ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଓଡଗାଁ ଥାନାରେ ସଂଗୀନ ଅପରାଧରେ ମକୋଦ୍ଦମା ରୁଜୁ ହୋଇଥିଲେ ମଧ୍ୟ ସରପଞ୍ଚଙ୍କୁ ଗିରଫ କରୁ ନାହିଁ ଓଡଗାଁ ପୋଲିସ । ପ୍ରଭାବଶାଳୀ ବିଜେଡ଼ି ନେତାଙ୍କୁ ଗିରଫ କରିବା ପାଇଁ ଓଡଗାଁ ପୋଲିସ ସାହସ ଜୁଟାଇ ପାରୁନାହିଁ କି ଶାସକ ଦଳ ଚାପରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପାଇବା ପାଇଁ ସୁଯୋଗ ଦିଆଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି । ବିଜେଡ଼ି କୁଜିନେତାଙ୍କ ଦାଦାଗିରି ପାଇଁ ଅଶାନ୍ତ ହେଉଛି ଶାନ୍ତିପ୍ରିୟ ଓଡଗାଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଦର୍ଶ ଥାନାର ଦାୟିତ୍ୱସମ୍ପନ୍ନ ପୋଲିସ ଅଧିକାରୀ ନେତାଙ୍କ ଚାପରେ ଚେପା ହବା ଯୋଗୁଁ ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା କହିଛନ୍ତି କଂଗ୍ରେସ ସଭାପତି ଶ୍ରୀ ଦାଶ । ଏସପି ଶ୍ରୀ ରାହୁଲ ଜୈନ, ଏସଡିପିଓ କିରଣ ହେମ୍ବ୍ରମ ଧାରଣା ସ୍ଥଳକୁ ଆସି ନାବାଳକ ଆକ୍ରମଣକାରି ଅଭିଯୁକ୍ତ ସରପଞ୍ଚ ଗିରଫ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଓଡଗାଁ ଥାନା ପରିସରରେ ବହୁ ସରପଞ୍ଚ, କୁଜିନେତା ଙ୍କୁ କାହିଁକି ପ୍ରଶୟ ଦିଆଯାଉଛି ବୋଲି ଶ୍ରୀ ଦାଶ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଧାରଣା କାର୍ଯ୍ୟକ୍ରମରେ ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ, ଜିଲ୍ଲା ଯୁବକଂଗ୍ରେସ ସଭାପତି ଯଶୋଦା କାଣ୍ଡି, ପ୍ରଦେଶ ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିମା ଜେନା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, କଂଗ୍ରେସ ନେତା ଭଗବାନ ଆଚାର୍ଯ୍ୟ, ପର୍ଣ୍ଣଚନ୍ଦ୍ର ସାନ୍ତ, ଡିସିସି ସାଧାରଣ ସମ୍ପାଦକ ବସନ୍ତ କର, ଓଡଗାଁ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ ବିଶୋଇଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *