ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଦୟା ,ରାଜୁଆ ଓ ମକରା ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି ! ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକର ଓରବରସିଂହ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେହିପରି ବନ୍ୟା ପାଣି ସନ୍ଧ୍ୟା ସମୟରେ ଡିହଖଳା ଗାଁ ଦାଣ୍ଡରେ ପଶି ଯାଇଥିବା ଦେଖିବାକୁ ମିଳିଛି । ଓବରସିଂହ ଗ୍ରାମ ପଂଚାୟତର ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ଅଛି । ଚାଷ କଥା ଦେଖିଲେ , ଦୟା ,ରାଜୁଆ ଓ ମକରା ନଦୀରେ ବନ୍ୟା ଆସିବା ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଛି । ସେପଟେ ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଖୋର୍ଦ୍ଧା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ରହିଛି ବୋଲି ସୂଚନା ମିଳିଛି ।