ବାଲୁଗାଁ ରେଳ ଷ୍ଟେସନ ଅଞ୍ଚଳ ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ , ଦୁଇ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ରେଳ ଷ୍ଟେସନ ଅଞ୍ଚଳ ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ , ଦୁଇ ଗିରଫ ! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳ ଷ୍ଟେସନରୁ ରେଳବାଇ ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ବୟ ପୁରୀ ଓଖା ଏକ୍ସପ୍ରେସ ରେ ଗଞ୍ଜେଇକୁ ସୁରାଟ ନେଇଯିବା ପାଇଁ ଯୋଜନା କରିଥିଲେ । ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନୂତନ ବ୍ରହ୍ମପୁର ଅଞ୍ଚଳର ପ୍ରଦୀପ ପାଳ ଓ ଲକ୍ଷ୍ମଣ କୁମାର ସ୍ୱାଇଁ । ଉଭୟ ଅଭିଯୁକ୍ତ ବାଲୁଗାଁ ଷ୍ଟେସନରେ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ । ଜବତ ଗଞ୍ଜେଇ ପରିମାଣ ୧୩ କେଜି ୩୮୦ ଗ୍ରାମ ବୋଲି ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କା ହେବ ।

Leave a Reply

Your email address will not be published. Required fields are marked *