ବାଣପୁରରେ ମା’ ମାନେ ପାଳିଲେ ବିଶ୍ଵବନ୍ଧୁତ୍ଵ ଦିବସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ବିଶ୍ଵରେ ବସୁଧୈବ କୁଟୁମ୍ବକମ୍ ପରି ବନ୍ଧୁତ୍ଵ ଦିବସ ପାଳିତ ହେଉଥିବା ବେଳେ ବାଣପୁରର ଅଗ୍ରଣୀ ସଂଗଠନ ମା’ ମହାଲକ୍ଷ୍ମୀ ମହିଳା ସମିତି ତରଫରୁ ଦାଶରଥିପୁର ସମିତି ଗୃହରେ ଏହି ଦିବସ କୁ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଇଛି । ସଂଗଠନର ସଭାପତି ଶ୍ରୀମତୀ ସୌଦାମିନି ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁମିଳନ ଆସରରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଏଣ୍ଡା ଓ ମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଆଜିର ଦିବସର ତାପ୍ତର୍ଯ୍ୟ ବିଷୟରେ ଆଲୋକପାତ କରି ମା’ ମାନେ ନିଜ ନିଜ ମଧ୍ୟରେ ବନ୍ଧୁତ୍ଵ ଭାବନାକୁ ବଜାୟ ରଖି ପରସ୍ପରର ଦୁଃଖ ସୁଖରେ ସହାୟତା ପ୍ରଦାନ କରିବା ସହିତ ସମାଜ ର ନିଷ୍ପେଷିତ ଅବହେଳିତ ମା’ଭଉଣୀଙ୍କ ପ୍ରତି ମଧ୍ୟ ସ୍ନେହ ସୋହାଗର ହାତ ବଢାଇ ସେମାନଙ୍କ ବିପଦ ଆପଦ , ଅଭାବ ଅନଟନ ରେସହାୟତା ପ୍ରଦାନ କରିଲେ ହିଁ ଆଜିର ଦିବସର ମହତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ବୋଲି ବ୍ୟକ୍ତବ୍ଯ ରଖିଥିଲେ । ଅନୁଷ୍ଠାନ ତରଫରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ଵମହିଳା ଦିବସରେ ଜନ୍ମିତ କନ୍ୟା ସନ୍ତାନକୁ ସ୍ଵାଗତ କରିବା ସହିତ ଜନ୍ମଦାତ୍ରୀ ମା’କୁ ଆର୍ଥିକ ସହାୟତା ପ୍ରଦାନ କରିବା, ପ୍ରତିମାସରେ ଗୋଟିଏ ଦିନ ବୃଦ୍ଧା ଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ ବସ୍ତ୍ର ବଣ୍ଟନ, ଜାତୀୟ ଦିବସ ପାଳନ ସହିତ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ, ଦଶମ ଓ ଦ୍ଵାଦଶ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା, ପ୍ରତି ସପ୍ତାହରେ ମନ୍ଦିର ବେଢ଼ା ସଫେଇ ସହିତ ଶ୍ରୀରଙ୍କନାଥଙ୍କ ରଥଯାତ୍ରାରେ ସହଯୋଗ ପ୍ରଦାନ,କଳିଙ୍ଗ ବୈଶ୍ୟ ସମାଜର ବାର୍ଷିକ ଉତ୍ସବରେ କାଳିଜାଇ ,କାଞ୍ଜି ଅଭିଯାନ, ରେବତୀ ପରି ଓଡ଼ିଆ ନାଟକ ପରିବେଷଣ, ଇତ୍ୟାଦି କାର୍ଯ୍ୟକୁ ଭୂୟସି ପ୍ରଶଂସା କରି ଆଗାମୀ ଦିନରେ ସଂଗଠନର ପ୍ରତ୍ୟେକ ସାମାଜିକ ସାଂସ୍କୃତିକ ଆଧାତ୍ମିକ କାର୍ଯ୍ୟକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ସଭା ଆରମ୍ଭ ପୂର୍ବରୁ ସମସ୍ତ ସଭ୍ୟା ପରସ୍ପର ପରସ୍ପରକୁ ଗୋଲାପ ପୁଷ୍ପ ପ୍ରଦାନ କରି ବନ୍ଧୁତ୍ଵର ବନ୍ଧନରେ ସର୍ବଦା ବାନ୍ଧି ହୋଇ ରହିବାକୁ ସଂକଳ୍ପ କରିଥିଲେ । ଉପଦେଷ୍ଠା ବନିତା ପାତ୍ର, ମୀନାପାତ୍ର, ଲକ୍ଷ୍ମୀ ପାତ୍ର ଏହାକୁ ପରିଚାଳନା କରିଥିବାବେଳେ ସଂପାଦିକା ମଞ୍ଜୁଲତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *