ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ର ଦ୍ୱିତୀୟ ବାର୍ଷିକ ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ! ସକରାତ୍ମକ ଖବର ପ୍ରସାରଣ ଦ୍ୱାରା ସମାଜର ସାମଗ୍ରିକ ବିକାଶ ହେବ – କାର୍ଯ୍ୟକ୍ରମ ଅବସରରେ ବକ୍ତବ୍ୟ ରଖିଲେ ନୟାଗଡ ବିଧାୟକ ଅରୁଣ ସାହୁ ! ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ(ୱେବ୍‌) ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ସାଧାରଣ ସମ୍ପାଦକ କାହ୍ନା ନାୟକ , ରାଜ୍ୟ ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ , ସଦସ୍ୟ ବସନ୍ତ ପ୍ରଧାନ , ରଣଜିତ ପରିଡା , ଚଗଲା ବାଘ ଏବଂ ବିଶ୍ବଜିତ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ ! ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଶ୍ଲୋକ ଉଚ୍ଚାରଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବେଦ ପାଠ କରାଯାଇଥିଲା । ଏହି ଅବସରରେ ଇହଳୀଳା ସମ୍ବରଣ କରିଥିବା ସଂଘର ପ୍ରତିଷ୍ଠାତା ସମ୍ପାଦକ କିଶୋର ମହାପାତ୍ର ଏବଂ ସଂଘ ର ଯୁଗ୍ମ ସମ୍ପାଦକଙ୍କ ପତ୍ନୀ ଙ୍କ ବିୟୋଗକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସ୍ୱାଧୀନତାର ପୂର୍ବ ଓ ପର ସାମ୍ବାଦିକତା ସମ୍ପର୍କରେ ରାଜ୍ୟ ସଂଘ ସଭାପତି ଶ୍ରୀଯୁକ୍ତ କର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ବିଧାୟକଙ୍କ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଥିବା ବେଳେ ବୀମା କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ଯେଉଁ ଆର୍ଥିକ ସ୍ୱାବଲମ୍ବନଶୀଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ସୁଫଳ ଆଜିକା ଦିନରେ ସାମ୍ବାଦିକ ମାନେ ପାଉଥିବା କହିଥିଲେ । ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଡିଜିଟାଲ ସାମ୍ବାଦିକଙ୍କ ପ୍ରତି ଆମେ ସହୃଦୟତାର ସହ ବିଚାର କରୁଛୁ । ରାଜ୍ୟ ସରକାର ସେମାନଙ୍କ ପାଇଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି । ତାହାର ଫଳାଫଳ ଆଗାମୀ ଦିନରେ ଅନୁଭୂତ ହେବ । ରଣପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ସାମ୍ବାଦିକଙ୍କ ଦାବିକୁ ଉପସ୍ଥାପନ କରାଯାଉଛି, ତାହାର ସୁଫଳ ଖୁବଶୀଘ୍ର ମିଳିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଡ. ସାହୁ, ଜାତୀୟ ଗଣମାଧ୍ୟମ ଉପରେ ଆଲୋଚନା କରିଥିଲେ । ଡିଜିଟାଲ ମିଡିଆ ବହୁତ ଶକ୍ତିଶାଳୀ ହୋଇଛି । ଏକ ତରଫା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ସମାଜର ହିତ ସାଧନ କରିପାରେ ନାହିଁ । ସାମ୍ବାଦିକ ମାନେ ସକରାତ୍ମକ ଚିନ୍ତାଧାରାରେ ଖବର ପରିବେଷଣ କଲେ ସମାଜର ସାମଗ୍ରୀକ ବିକାଶ ହେବ ବୋଲି ସେ କହିଥିଲେ ।

ଗୋଦାବରୀଶ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସାମ୍ବାଦିକ ଜୟେନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଘ ସମ୍ପାଦକ ସଞ୍ଜୟ କୁମାର ସ୍ବାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ଭବାନୀ ଶଙ୍କର ଦାଶ, ଏସ୍ ଏ ମନାନ ପ୍ରମୂଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ସଂଘ ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ନବକିଶୋର ମିଶ୍ର, ଶୁଭେନ୍ଦୁ ଦାସ, ଲୋକନାଥ ମିଶ୍ର, ରିତେନ୍ଦ୍ର ଛାଟୋଇ ପ୍ରମୂଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *