ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଦୋଳମୂଣ୍ଡାଇ ଛକ ଠାରେ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ହର ହର ମହାଦେବ , ଦେଶର ବଳ ବଜରଙ୍ଗ ଦଳ ସ୍ଲୋଗାନ ରେ କମ୍ପିଥିଲା କାର୍ଯ୍ୟକ୍ରମ ସ୍ଥଳୀ ! ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ରୂପେ ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ର ସହ ସଂପାଦକ ମାନନୀୟ ଉମା ଶଙ୍କର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ତାଙ୍କ ଓଜସ୍ଵୀ ଦ୍ଭାଷଣ ସମସ୍ତଙ୍କୁ ଉଦ୍ବୁଦ୍ଧ କରିଥିଲା ! ସହ ପ୍ରାନ୍ତ ସଂଗଠନ ମନ୍ତ୍ରୀ ମାନନୀୟ ଶରତ ଚନ୍ଦ୍ର ପ୍ରଧାନ ମଧ୍ୟ ନିଜର ବୌଦ୍ଧିକ ରଖିଥିଲେ । ପରିଶେଷରେ ସମସ୍ତଙ୍କର ପ୍ରିୟ ତଥା ସଂଗଠନର ମାର୍ଗ ଦର୍ଶକ କଟକ ମହାନଗର ଜିଲ୍ଲା ପାଳକ ତଥା ଓଡ଼ିଶା ପୂର୍ବ ପ୍ରାନ୍ତ ଗୋରକ୍ଷା ପ୍ରମୁଖ ମାନନୀୟ ପବିତ୍ର ମୋହନ ଦାଶ ଭାଇ ଙ୍କ ତେଜସ୍ଵୀ ଭାଷଣ ଶୁଣି ସମସ୍ତ ବଜରଙ୍ଗୀ ଭାଇ ମାନେ ଉତ୍ସାହିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *