ଅସୁରେଶ୍ଵର ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପଲ୍ଲୀ ଠାରୁ ଦିଲ୍ଲୀ ପଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ୭୭ ତମ ସ୍ଵାଧୀନତା ଦିବସ ! ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଗ୍ରାମ ପଞ୍ଚାୟତ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ସହିତ ସରପଞ୍ଚ ଗୌତମୀ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପଞ୍ଚାୟତ ପରିସରରେ ଥିବା ସ୍ଵାଧିନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, ସମିତି ସଭ୍ୟା ହିମାଦ୍ରୀ ମିଶ୍ର , ଯୁବ ନେତା ଅନନ୍ତ କୁମାର ଦାସ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ଅସୁରେଶ୍ଵର ବ୍ୟବସାୟୀ ସଂଘ, ଅସୁରେଶ୍ଵର ଓଡ଼ିଶା ଡ୍ରାଇଭର ମହାସଂଘ, ଜୟ ଜଗନ୍ନାଥ ସ୍ଵେଚ୍ଛାସେବୀ ସଂଗଠନ, ଅସୁରେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ଙ୍କ ମୋରି ମାଟି ମୋରି ଦେଶ କାର୍ଯ୍ୟକ୍ରମ ରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତ କେନ୍ଦୁଲ ଗ୍ରାମ ରେ ଅମୃତ ବାଟିକା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନିଶ୍ଚିନ୍ତକୋଇଲି ବ୍ଲକ ର ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୁତିରଞନ ଦେଓ , ସାଗରିକା ପରିଡ଼ା, ଯନ୍ତ୍ରୀ ପ୍ରିୟଦର୍ଶିନୀ ରାଉତ, ଅସୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଗୌତମୀ ଦାସ, ଯୁବନେତା ଅନନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମାଟି ମା କୁ ସମ୍ମାନ ଜଣେ କେନ୍ଦ୍ର ସରକାର ନିର୍ଦ୍ଦେଶ କ୍ରମେ ଏହି ମାଟି ରେ ଜନ୍ମଗ୍ରହଣ କରିଥିବା ଛଅ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଙ୍କୁ ବିଡ଼ିଓ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ସହିତ ଗାଁ ମାଟିକୁ ଏକ କଳସରେ ମହିଳା ମାନେ ବସୁଧା ବନ୍ଧନ ପୂଜା କରି ଏହି ମାଟିକୁ ବ୍ଲକ ଅଧିକାରୀ ଙ୍କୁ ମହିଳା ମାନେ ଦେଇଥିଲେ ! ଉକ୍ତ ମାଟି କୁ ଜିଲ୍ଲାସ୍ତରରେ ପହଞ୍ଚାଯିବ ବୋଲି ବିଡିଓ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *