କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ନେଇ ପ୍ରତିବାଦ । କେନ୍ଦ୍ରାପଡା ଜିଲ୍ଲା ଡେରବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଓ ୬ ଡାକ୍ତର ପଦଵୀ ଖାଲି ପଡ଼ିଥିବା ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦ୍ଵାରା ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମ ପାଟକୁରାର ବିଜେପି ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ବରେ ଛତା ଛକ ଠାରୁ ଆରମ୍ଭ ହୋଇ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ହୋଇଥିଲା । ଅପରପଟେ ଆଗାମୀ ଦିନରେ ଯଦି ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପଦଵୀ ପୂରଣ ନକରାଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରତିବାଦକାରୀଙ୍କ ପକ୍ଷରୁ ଚେତବନୀ ଦିଆଯାଇଛି ।
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ନେଇ ପ୍ରତିବାଦ !!!

