ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ୱୋ ଗ୍ରାମପଞ୍ଚାୟତ ଅଧିନସ୍ଥ ବଣସାହି ମୁଖ୍ୟ ରାସ୍ତାରେ ଚୋରା ଗୋ ଚାଲାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କିଛି ବ୍ୟକ୍ତି ରବିବାର ଅପରାହ୍ନ ସମୟରେ ବେଆଇନ ଭାବେ ଏକାଧିକ ଗୋରୁଙ୍କୁ ଢେ଼ଙ୍କାନାଳ ଅଞ୍ଚଳରୁ ଚଲେଇ ଚଲେଇ ଆଣି ବଣସାହି ମୁଖ୍ୟ ରାସ୍ତା ଦେଇ କେନ୍ଦୁଝର ଜିଲ୍ଲା ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ବେଆଇନ ଗୋ ଚାଲାଣ ହେଉଥିବା ଜାଣି ଗୋ ଚାଲାଣକୁ ବିରୋଧ କରିଥିଲେ ! ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।


