ସମାଜ କଲ୍ୟାଣ ପାଇଁ ରକ୍ତଦାନ ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟା ର ମିଳିତ ସହଯୋଗ ରେ ଏକ ରକ୍ତଦାନ ଶିବିର ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବ ର ବରିଷ୍ଠ ସଦସ୍ୟ ତଥା ନୟାଗଡର ପୂର୍ବତନ ନଗରପାଳ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ସୋଲପଟା ଗ୍ରାମର ସଭାପତି ସନ୍ତୋଷ ନାୟକ ଉଦଘାଟନ କରିଥିଲେ । ଡାକ୍ତର ନରେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ରକ୍ତ ଭଣ୍ଡାରର କର୍ମଚାରୀ ଅଜୟ ପଟ୍ଟନାୟକ, ପ୍ରକାଶ କୁମାର ପାଣିଗ୍ରାହୀ, ରବୀନ୍ଦ୍ରନାଥ ସାହୁ ଓ ମାନସ କୁମାର ବେହେରା ରକ୍ତ ସଂଗ୍ରହ ଓ ପଞ୍ଜିକରଣ ରେ ସହାୟତା କରିଥିଲେ । ଯୁବକ ଓ ମହିଳା ମାନେ ଉତ୍ସାହର ସହ ରକ୍ତଦାନ କରୁଥିବା ଦେଖିବାକୁ ମିଳିଥିଲା । ରୋଟାରୀ କ୍ଲବ ର ସଦସ୍ୟ ଧିରେନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ବସନ୍ତିଆ, ପୁର୍ଣ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ରଥ, ଅବିନାଶ ସାହୁ ଏବଂ ଛତ୍ରପତି ଶିବାଜୀ କ୍ଲବ ତରଫରୁ ଦୀପକ କୁମାର ନାୟକ, ପୁଷ୍ପ ରଞ୍ଜନ ଜେନା, ପିଣ୍ଟୁ ପ୍ରଧାନ, କପିଳାସ ନାୟକ, ପ୍ରଦୀପ ବରାଡ ଓ ବାଉରିବନ୍ଧୁ ବେହେରା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିବାରେ ସହାୟତା କରିଥିଲେ । ଆୟୋଜିତ ରକ୍ତଦାନ ଶିବିର ରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave a Reply

Your email address will not be published. Required fields are marked *