ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ଶାଖା ତରଫରୁ 2 ଦଫା ଦାବି ନେଇ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣାରେ ବସିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦଵୀ ର ଶିକ୍ଷାଗତ ଯୋଗ୍ୟତା +2 ଓ +3 କରିବା ସହିତ ଦରମା ହାର ଲେବୁଲ 5 ରୁ ଲେବୁଲ 9 କୁ ଧାର୍ଯ୍ୟ କରିବା । ନୂତନ ପଦଵୀ ସୃଷ୍ଟି କରି 10 ବର୍ଷ ର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନ୍ନତି କରିବା ସହିତ ଜି ପି ଡି ଓ ପଦବୀରେ ଶତ ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ OPRS କେଡର ରୁଲରେ ଅନ୍ତର୍ଭୁକ୍ତ କରିବା ! ଏହି କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର କୁମାର ରଥ, ଉପ ସଭାପତି ମଧୁ ପଲାକି , ସମ୍ପାଦକ ସନ୍ତୋଷ କୁମାର ବାହାଦୂର, ଯୁଗ୍ମ ସମ୍ପାଦକ ରବି କୁମାର ପାତ୍ର, ରାଜ୍ୟ କାର୍ଯ୍ୟକାରି ସଂଯୋଜକ ଗଜପତି ଜିଲ୍ଲାର ନୃସିଂହ ଚରଣ ମିଶ୍ର, ପି. ବାଲ କ୍ରୀଷ୍ଣ।ଙ୍କ ସମେତ ବହୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।
ପଞ୍ଚମ ଦିବସରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଧାରଣା !!!

