ବେଗୁନିଆରେ ଭି. କେ. ପାଣ୍ଡିଆନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆରେ ଭି. କେ. ପାଣ୍ଡିଆନ ! ବେଗୁନିଆ ମିନି ଷ୍ଟାଡିୟମ୍ ରେ ସାଧାରଣ ସଭାରେ ଯୋଗ ଦେଲେ 5T ସଚିବ! ପୁଷ୍ପ ବର୍ଷା ଓ ହୁଳହୁଳିରେ ତାଙ୍କୁ ସ୍ୱାଗତ କରାଗଲା । ମହିଳା ମାନେ ସଚିବ ଙ୍କୁ ରାକ୍ଷୀ ପିନ୍ଧାଇ ତାଙ୍କର ମଙ୍ଗଳ ମନାସିଥିଲେ । ସେ ତାଙ୍କ ବକ୍ତବ୍ୟ ରେ ପ୍ରଥମେ ଜୟ ଜଗନ୍ନାଥ , ଆପଣ ବହୁତ ସମୟ ଧରି ଅପେକ୍ଷା କରିଛନ୍ତି , ଧନ୍ୟବାଦ ବୋଲି କହିଥିଲେ ! ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି , ବହୁତ ଦରଖାସ୍ତ ପାଇଛି. ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ , ଜାଗା ମିଶନରେ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଜମି ସମସ୍ୟା ଉପରେ ପଦକ୍ଷେପ ନେବେ ତୁରନ୍ତ ଆପଣ ଖୁସି ଖବର ପାଇବେ. ଜମି ପଟା ପାଇବେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ସାତ ଦିନ ମାନେ ମଧ୍ୟରେ ୨୯ ତାରିଖ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ ! ଠିକ ଭାବେ ଟଙ୍କା ଖର୍ଚ୍ଚ କରନ୍ତୁ. ଆହୁରି କିସ୍ତି ପାଇବେ. 7 ଲକ୍ଷ ଟଙ୍କା ମିଳିଲେ, 10 ଲକ୍ଷର ମନ୍ଦିର କାମ କରନ୍ତୁ, ମୁଖ୍ୟମନ୍ତ୍ରୀ ଖୁସି ହେବେ । ପିଇବା ପାଣି ସମସ୍ୟା ପାଇଁ ଜିଲ୍ଲାପାଳ ସେମାନଙ୍କ ଫୋନ ନମ୍ବର ନେବେ କାଲି ସକାଳେ ଯନ୍ତ୍ରୀ ସେମାନଙ୍କ ଘରକୁ ଯିବେ ବାକି ସବୁ ଦରଖାସ୍ତ ଦେଖାଯିବ ମାସେ ପରେ ଚିଠି ପାଇବେ ସରକାରଙ୍କ ପାଖରୁ ସମାଧାନ ନ ହୋଇଥିଲେ ବି କାରଣ ଜଣାଯିବ ଚିଠିରେ । BSKY, ମିଶନ ଶକ୍ତି, ଚାଷୀ ବୀମା ପ୍ରିମିଅମ, ସ୍କୁଲ କଲେଜର 5T ରୂପାନ୍ତର ନେଇ ବୁଝାଇଲେ. ଜୋରଦାର କାମ କରନ୍ତୁ. ସମସ୍ତଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କୁ କହିଲେ. ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ 5T ରେ ସାମିଲ କଲେ ମୁଖ୍ୟମନ୍ତ୍ରୀ। ବୋଲଗଡ଼ ବେଗୁନିଆ ବାସି ଭଲ କାମ କରନ୍ତୁ ବୋଲି ସଚିବ କହିଲେ। ଇଏ ସମସ୍ତ ଟଙ୍କା ଓଡ଼ିଶା ବାସି ଙ୍କ ଟଙ୍କା ସମସ୍ତେ ସ୍ବଚ୍ଛତା ର ସହ ଖର୍ଚ୍ଚ କରନ୍ତୁ। ପିଇବା ପାଣି ସମସ୍ୟା ର ସମାଧାନ ପାଇଁ ଯନ୍ତ୍ରୀ ଆଜି ସନ୍ଧ୍ୟା ରେ ପହଞ୍ଚିବେ ଆପଣ ଙ୍କ ଘରେ। ସମସ୍ତ ଦରଖାସ୍ତ ର ଉତ୍ତର ମାସକ ଭିତରେ ପାଇବେ । ୪୩୦ ଦରଖାସ୍ତ ପାଇଛନ୍ତି ସଚିବ। ଖୋର୍ଦ୍ଧା ଜିଲ୍ଲାରେ ୪୦,୦୦୦ ହଜାର ଚାଷୀ କୃଷି ବିମାରେ ସାମିଲ ହୋଇଛନ୍ତି। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀ ଙ୍କୁ ଋଣ ଚାଷୀ ଙ୍କୁ ଦିଆଯାଉଛି। ମିଶନ ଶକ୍ତି ମା ମାନଙ୍କ ଭଲ ଅଛନ୍ତି ବୋଲି ପଚାରିଥିଲେ। ଓଡ଼ିଶା ଆଗୁଆ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କଲାବେଳେ ମହିଳା ମାନଙ୍କ ସାଷ୍ଟିକରଣ , ରୋଜଗାର ପାଇଁ ୨୦୦୧ ମସିହାରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା। ଆଜି ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୧୬,୦୦୦ ମିଶନ ଶକ୍ତି ସାରା ଓଡ଼ିଶାରେ ଲୋନ ର ପରିମାଣ ୩ ଲକ୍ଷ ୧୦,୦୦୦ କୋଟି ଟଙ୍କା । ମହିଳା ମିଶନ ଆହୁରି ଭଲ କାମ କରି ୫ ଲକ୍ଷ ସମ୍ପୂର୍ଣ ଋଣ ନେବାକୁ ସଚିବ ଏହି ସଭାରେ କହିଲେ । ଅବ୍ୟବହୃତ ସରକାରୀ ଘର କୁ ମିଶନ ଶକ୍ତି କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତେକ ଯୋଜନାରେ ମିଶନ ଶକ୍ତି କୁ ସାମିଲ କରିଛନ୍ତି। ମହିଳା ମାନେ ରୋଜଗାର କଲେ ପରିବାର ଉନ୍ନତି ହେବ। ପରିବାର ଉନ୍ନତି ହେଲେ ରାଜ୍ୟ ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *