କଟକରେ ହେବ ପାଞ୍ଚ ଗୋଟି ମୁଖ୍ୟ ଶାଖା ନାଳର ନବୀକରଣ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୌପ୍ୟ ନଗରୀ କଟକ ସହରକୁ ନୂଆ ରୂପରେଖ ଦେବାରେ ନେଇଛନ୍ତି ଆଉ ଏକ ବଡ ପଦକ୍ଷେପ । ୨୧୦ କୋଟି ଟଙ୍କା ବ୍ୟୟରେ କଟକର ପାଞ୍ଚଗୋଟି ମୁଖ୍ୟ ଶାଖା ନାଳର ନବୀକରଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ମେୟର ସୁବାଷ ସିଂ । ଯାହା ଦ୍ବାରା କଟକ ରେ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ମିଳିବା ସହିତ ଜନ ଜୀବନ ମଧ୍ଯ ସୁରକ୍ଷିତ ରହି ପାରିବ । ଅନେକ ସମୟରେ କଟକ ବିଭିନ୍ନ ଖୋଲା ନାଳରେ ପଡ଼ି ଜୀବନ ଯାଉଥିବାର ନଜିର ରହିଛି । ତେବେ ନିହାତି ଭାବରେ ଏହି ପ୍ରକଳ୍ପ ଜନ ଜୀବନ ରକ୍ଷା ଦିଗରେ ବେଶ୍ ସହାୟକ ହୋଇ ପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ।

Leave a Reply

Your email address will not be published. Required fields are marked *