ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ, ଗଜପତି ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ (ଓ ସ୍ ଡ ମା), ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ , ଗଜପତି ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଯାଇଅଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗବାରା ତିରୁପତି ରାଓ ଯୋଗଦାନ କରି ଶିବିର କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ଏବଂ ବିଦ୍ୟାଳୟ ସୁରକ୍ଷା ବିଷୟ ରେ ଗୁରୁତ୍ବ ଆରୋପ କରି ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଶ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଶ୍ରୀଯୁକ୍ତ ପ୍ରଦୋଷ କୁମାର ଶତପଥି, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଓ ପରାମର୍ଶଦାତା ସୁଚାରୁ ରୂପେ ଶିବିର କୁ ପରିଚାଳନା କରିଥିଲେ ! ଏହି ଶିବିର ରେ ଜିଲ୍ଲା ର ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଉପସ୍ଥିତ ଥିବାବେଳେ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ପାଞ୍ଚ ଜଣ ଶିକ୍ଷକ ଯୋଗଦାନ କରିଥିଲେ । ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମନୋଜ କୁମାର ବେହେରା, ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ମଧ୍ୟ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସହଯୋଗ କରିଥିଲେ !

