ବିଂଝାରପୁର ଅଂଚଳରେ କୁମ୍ଭୀର ଆତଙ୍କ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ବିଂଝାରପୁର ଅଂଚଳରେ କୁମ୍ଭୀର ଆତଙ୍କ ! ବିଂଝାରପୁର ବ୍ଲକର କଲ୍ୟାଣପୁର ପଂଚାୟତ ଠାରେ ଖରାଶ୍ରୋତା ନଦୀରେ ଏବେ ନିୟମିତ କୁମ୍ଭୀର ଦେଖା ଦେଉଛନ୍ତି ! ଆଜି ସକାଳେ ସ୍ଥାନୀୟ ଲୋକ ମାନେ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ବେଳେ ଦୁଇଟି କୁମ୍ଭୀର ନଦୀରେ ଖେଳୁଥିବା ଦେଖିଥିଲେ ! ଏହା ପ୍ରଚାରିତ ହେବାପରେ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି l ବିଂଝାରପୁର ଅଂଚଳର ନଦୀକୂଳବର୍ତ୍ତୀ ଅଧିବାସୀ ମାନେ ସାଧାରଣତଃ ନଦୀ ଉପରେ ନିର୍ଭର କରୁଥିବାରୁ କୁମ୍ଭୀର ଉପସ୍ଥିତି ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *