ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ : ଦେଶୀମଦ ସମେତ ସ୍କୁଟି ଜବତ – ଜଣେ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଚିଲିକା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ନିଶା ମାଫିଆଙ୍କୁ ଗିରଫ ମଧ୍ୟ କରାଯାଉଛି ! ତେବେ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀ ମଦ ବ୍ୟବସାୟୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା ଦେଶୀ ମଦ ସମେତ ଏକ ସ୍କୁଟି କୁ ଜବତ କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଆଜି ସକାଳେ କୋଷରଡା ଠାରୁ ବାଲୁଗାଁ ଅଭିମୁଖେ ଚୋରା ଦେଶୀ ମଦ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ପ୍ରତାପ ଗ୍ରାମ ଆରଆଇ ଅଫିସ ନିକଟରେ ଚଢ଼ାଉ କରାଯାଇ ବାଲୁଗାଁ ଗୁଣ୍ଡୁରୁପୁର ସାହିର ଆଲୋକ ଗଜେନ୍ଦ୍ର (୩୭) ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୩୦ ଲିଟର ଚୋରା ଦେଶୀମଦ ସମେତ ଏକ ସ୍କୁଟି ଜବତ କରିଥିଲେ ! ଅବକାରୀ ଥାନାରେ ୯୫/୨୩-୨୪ ନମ୍ବର ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *