ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବଜାରରେ ବୁଲୁଥିବା ଶତାଧିକ ଗାଈଙ୍କୁ ଚାଷୀମାନେ ସୁକିନ୍ଦା ଗୁଣ୍ଡିଚା ମନ୍ଦିରରେ ଅଟକ ରଖିଥିବା ଦେଖିବାକୁ ମିଳିଛି । ଏହି ଗାଈକୁ ରଖିଥିବା ଲୋକ ମାନେ ଗାଈ ମାନଙ୍କୁ ନିଜ ଦାୟୀତ୍ୱରେ ନରଖି ଖୋଲା ଛାଡି ଦେଉଥିବାରୁ ଗାଈ ଗୋରୁ ଧାନ ଓ ଅନ୍ୟ ଫସଲ ନଷ୍ଟ କରୁଛନ୍ତି । ଚାଷୀ ମାନେ ଅନେକ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ କରି ଚାଷ କାର୍ଯ୍ୟ କରୁଥିବା ବେଳେ ଗାଈ ଗୋରୁ ଫସଲ ନଷ୍ଟ କରୁଥିବା ଓ ସୁକିନ୍ଦା ଅଞ୍ଚଳର ମୁଖ୍ୟ ରାଜପଥ, ରଥଦାଣ୍ଡ ଓ ଗ୍ରାମର ବିଭିନ୍ନ ରାସ୍ତା ଉପରେ ଗୋରୁ ମାନେ ଶୋଇ ରହୁଥିବାରୁ ଜନ ସାଧାରଣ ଯାତାୟତ ବାଧାପ୍ରାପ୍ତ ହେବା ସହିତ ବହୁ ସମୟରେ ବଡ଼ ବଡ଼ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି । ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତିରେ ଅନେକ ଚାଷୀ ଓ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ବଡ଼ଦାଣ୍ଡରେ ଥିବା ୫୦ରୁ ଗାଈ ଗୋରୁଙ୍କୁ ନେଇ ଗୁଣ୍ଡିଚା ମା ମନ୍ଦିର ପରିସରରେ ଭର୍ତ୍ତି କରିବା ସହିତ ମାଲିକ ମାନେ ଆସିବା ପର୍ଯ୍ୟନ୍ତ ଅଟକ ରଖିଥିବା ଦେଖିବାକୁ ମିଳିଛି ।