ଅନ୍ତିମ ଯାତ୍ରାର ସାଥି ପାଲଟିଲେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମାନବିକତାର ପରିଚୟ ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଓ ସରପଞ୍ଚ ରବିନ୍ଦ୍ର ନାଥ ସାହୁ ! ଅଜଣା ରୋଗରେ ପିଡିତ ଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ କେହି ଆସି ନଥିଲେ । ମୃତ ବୃଦ୍ଧଙ୍କ ପୁଅ ଦିବ୍ୟାଙ୍କ ହୋଇଥିବା ବେଳେ ତାଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ । ବହୁ ସମୟ ଧରି ଶବ ପଡି ରହିବା ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପହଞ୍ଚିଥିଲେ । ନୟାଗଡ଼ ବ୍ଲକ ଚଣ୍ଡିବସ୍ତ ପଞ୍ଚାୟତ ଖମାରସାହି ଗ୍ରାମର ଭାଗବତ ଗୁରୁ ଅଜଣା ରୋଗରେ ପିଡିତ ଥିଲେ । ତାଙ୍କର ପରଲୋକ ଘଟିବା ପରେ ଶବ ଦାହ କରିବା ପାଇଁ ଲୋକମାନେ ସଙ୍କୋଚ ଅନୁଭବ କରିଥିଲେ । ଖବର ଶୁଣି ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ ଓ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଉକ୍ତ ଗ୍ରାମରେ ପହଞ୍ଚି ଶବକୁ ନିଜ କାନ୍ଧରେ ନେଇଥିଲେ । ଏହା ପରେ ନିକଟସ୍ଥ ଶ୍ମଶାନରେ ଶବ ଦାହ କରିଥିଲେ । ଲୋକଙ୍କୁ ସଚେତନ କରାଇବା ସହ ନିଜେ ଶବ କାନ୍ଧରେ ନେଇ ଶବ ଦାହ କରିଥିବାରୁ ବ୍ଲକ ଅଧ୍ୟକ୍ଷ ନିଜେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଅସମୟରେ ଅସହାୟକୁ ସାହଯ୍ୟର ହାତ ବଢ଼ାଇବା ମାନବିକତାର ପରିଚୟ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *