ବିଲୁପ୍ତ ହେବାକୁ ବସିଲାଣି ଘର ଚଟିଆ : ଏବେବି ବାଲୁଗାଁ ଚିଲିକା କୂଳରେ ଶୁଭୁଛି ଘର ଚଟିଆ ଙ୍କ କିଚିରି ମିଚିରି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ହଜି ଗଲାଣି ଘର ଚଟିଆ ର ସ୍ଵାକ୍ଷର ! ବଦଳୁଛି ସଭ୍ୟତା, ବଦଳୁଛି ପରିବେଶ ! ଆଉ ଶୁଣିବାକୁ ମିଳୁନାହିଁ ଏହି ଛୋଟିଆ ସୁନ୍ଦର ପକ୍ଷୀର କିଚିରି ମିଚିରି ଶବ୍ଦ ! ସହର କଥା ଛାଡ଼ନ୍ତୁ, ଏବେ ଏହି ପକ୍ଷୀମାନେ ଗାଁ ଗହଳି ରେ ମଧ୍ୟ ଆଗପରି ଦେଖିବାକୁ ମିଳୁନାହାନ୍ତି ! କହିବାକୁ ଗଲେ ଝାଟିମାଟି ଚାଳ ଛପର ଘରେ ରହିବାକୁ ପସନ୍ଦ କରନ୍ତି ଏହି ପକ୍ଷୀ ମାନେ, ତେଣୁ କରି ମଣିଷ ସମାଜ ଭିତରେ ଏହି ପକ୍ଷୀକୁ ଘର ଚଟିଆ ବୋଲି କୁହାଯାଏ । କିନ୍ତୁ ଆଜିକାଲି ଆଉ ଦେଖିବାକୁ ମିଳୁ ନାହାନ୍ତି ଏହି ଘରଚଟିଆ ପକ୍ଷୀ ! ନା ଶୁଭୁଛି ସେମାନଙ୍କ କିଚିରିମିଚିରି ଶବ୍ଦ ! ଚାରିଆଡେ କଂକ୍ରିଟ ସଡ଼କ କୁ ପକ୍କା ଘର ! ଏହି କଂକ୍ରିଟ ରାସ୍ତାଘାଟ ହେବା ଯୋଗୁ ସୂର୍ଯ୍ୟ ଙ୍କ ପ୍ରଖର କିରଣ ରେ ତାତି ଯାଉଛି ସବୁ ଘର ଦ୍ଵାର ଗାଁ ଦାଣ୍ଡ ! ତା ସହିତ ମୋବାଇଲ ଟାୱାର ନିର୍ମାଣ ! ଯେବେଠାରୁ ବୈଜ୍ଞାନିକ ପଦ୍ଧତି ରେ ଗାଁ ଗାଁ ରେ ବସିଲା ମୋବାଇଲ ଟାୱାର ଏହାର ବିକିରଣର ସିଧାସଳଖ ପ୍ରଭାବ ପଡ଼ିଲା ଏହି ଛୋଟ ଛୋଟ ପକ୍ଷୀ ଙ୍କ ଉପରେ । ଏହା ହିଁ ଘରଚଟିଆ ବଂଶ ହ୍ରାସ ହେବାର ମୁଖ୍ୟ କାରଣ ପାଲିଟିଛି । ଦିନ ଥିଲା ଏହି ପକ୍ଷୀ ର କିଚିରିମିଚିରି ଶବ୍ଦ ରେ ସକାଳୁ ସକାଳୁ ନିଦ ଭାଙ୍ଗି ଯାଉଥିଲା ! ଆଉ ମା ‘ କୋଳରେ ଛୁଆଟି ଖାଇବା ପାଇଁ ଅବୁଝା ହେଲେ ମାଆ ‘ ଟି ଏହି ଘର ଚଟିଆ କୁ ଦେଖାଇ ବୁଝାଇ ଦେଇ ଖୁଆଇ ଦେଉଥିଲା ! ଏବେ କିନ୍ତୁ ଏହି ପକ୍ଷୀ ଦେଖିବାକୁ ମିଳୁନାହିଁ ଆଉ ଦେଖିବାକୁ ସ୍ବପ୍ନ ! କିନ୍ତୁ ଏହି ପକ୍ଷୀ ଏବେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ଏସି ର ଚିଲିକା କୂଳରେ ଥିବା ବଙ୍ଗାଳି ବସ୍ତି ଶାନ୍ତି ନଗର ରେ ! ଏଠାରେ ବହୁ ସଂଖ୍ୟା ରେ ଘର ଚଟିଆ ଦେଖିବାକୁ ମିଳିଥାଏ ! ଏମାନଙ୍କ ଦେଖାଶୁଣା କରୁଛନ୍ତି ଏହି ଗ୍ରାମ ର ଲୋକମାନେ ! ପ୍ରତିଦିନ ଚାଉଳ ଓ ଖାଦ୍ୟଶସ୍ୟ ଏହି ଚଟିଆ ମାନଙ୍କୁ ଦେଇ ଆସୁଛନ୍ତି, ଆଉ ଏହି ପକ୍ଷୀ ମାନେ ନୀଳ ଆକାଶ ସାଙ୍ଗକୁ ଏହି ପରିବେଶ ରେ ବେଶ ଖାପ ଖୁଆଇ ବହୁତ ଖୁସିରେ ରହୁଛନ୍ତି ! ଏହିପରି ଭାବରେ ଏମାନଙ୍କ ର ବଂଶକୁ ବଞ୍ଚାଇ ରଖିଛନ୍ତି ଏହି ଶାନ୍ତି ନଗର ବସ୍ତି ବାସିନ୍ଦା ! ଏଠି ଏହି ଘର ଚଟିଆ ମାନଙ୍କ କିଚିରି ମିଚିରି ଶବ୍ଦ ଶୁଣିବାକୁ ମିଳୁଛି, ଆଉ ଏଠାର ଲୋକମାନେ ସେହି ପୁରୁଣା ଦିନର ସ୍ମୃତି କୁ ମନେ ପକାଇ ହସ ଖୁସିରେ ଜୀବନ ବିତାଉଛନ୍ତି ! ଏହାକୁ ଦେଖି ଏଠିକାର ଅଞ୍ଚଳ ବାସୀ ମଧ୍ୟ ଖୁସି ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *