ସାମ୍ବାଦିକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ବାଲୁଗାଁର ଦିବ୍ୟାଙ୍ଗ ବର୍ଷା ନନ୍ଦ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାମ୍ବାଦିକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ବାଲୁଗାଁ ସୂର୍ଯ୍ୟ ନଗରରେ ରହୁଥିବା ଦିବ୍ୟାଙ୍ଗ ବର୍ଷା ନନ୍ଦ । ଆଜି ହେଉଛି ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଏବଂ ପବିତ୍ର ରକ୍ଷା ବନ୍ଧନ ଦିବସ l ଯେମିତି ଯେଉଁମାନଙ୍କର ଭାଇ ନଥାଏ ବା କାହାର ବା ଭଉଣୀ ନଥାଏ ସେମାନଙ୍କ ମନରେ ଦୁଃଖ ନିଶ୍ଚିତ ରୂପେ ରହିଥିବା ଦେଖିବାକୁ ମିଳିଥାଏ l ରକ୍ଷା ବନ୍ଧନ ଏପରି ଏକ ପବିତ୍ର ବନ୍ଧନ ଯାହା ଯୁଗେ ଯୁଗେ ଏହି ପରମ୍ପରା ରହିଆସିଛି l ଏହା ହେଉଛି ଭାଇ ଭଉଣୀ ର ସ୍ନେହ ମମତା ର ସମ୍ପର୍କ କୁ ଦୃଢ଼ୀଭୂତ କରିବାର ବନ୍ଧନ l ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ସୂର୍ଯ୍ୟ ନଗରରେ ରହୁଥିବା ଦିବ୍ୟାଙ୍ଗ ବର୍ଷା ନନ୍ଦଙ୍କ ନିଜର ଭାଇ ନଥିବା ବେଳେ କେବେ ହେଲେ କାହାକୁ ପର ନଭାବି ସମସ୍ତଙ୍କ ପ୍ରିୟ ଭାଜନ ହେବା ସହିତ ରାକ୍ଷୀ ବାନ୍ଧିଲେ ସାମ୍ବାଦିକଙ୍କୁ l ନିକଟରେ ବହୁତ ଅସୁବିଧା ସମ୍ମୁଖୀନ ହୋଇ ରହୁଥିବା ଯୋଗୁଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ଜର୍ଣ୍ଣାଲିଷ୍ଟ ଗୋବିନ୍ଦ ଚନ୍ଦ୍ର ଜାଲି l ଏହା ପରେ ତାଙ୍କୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ମହଲରୁ କିଛି ସୁବିଧା ମିଳିବାରେ ସହାୟତା କରିଥିଲେ l ଆଜି ପବିତ୍ର ରକ୍ଷା ବନ୍ଧନ ଦିବସ ଅବସରରେ ଫୋନ ଯୋଗେ ଯୋଗାଯୋଗ କରି ଗୋବିନ୍ଦ ଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ନିମନ୍ତ୍ରଣ କରିଥିଲେ l ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଜାଲି ତିଳେ ମାତ୍ର ଡେରି ନ କରି ଭଉଣୀ ବର୍ଷା କଥା କୁ ରକ୍ଷା କରି ପଞ୍ଚିଥିଲେ ବର୍ଷା ନନ୍ଦ ଙ୍କ ନିକଟରେ l ଦିବ୍ୟାଙ୍ଗ ବର୍ଷା ନନ୍ଦ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ l

Leave a Reply

Your email address will not be published. Required fields are marked *