ଭାରତୀୟ କିସାନ ସଙ୍ଘ ପକ୍ଷରୁ ମହାପ୍ରଭୁ ବଳଭଦ୍ରଙ୍କୁ ଭକ୍ତି ନୈବେଦ୍ୟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଭାରତୀୟ କିସାନ ସଙ୍ଘ, ଓଡ଼ିଶା ପକ୍ଷରୁ କୃଷକ ସମାଜର ଅଗ୍ରପୂଜ୍ୟ ଦେବତା ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ ଉପଲକ୍ଷେ ୪୨ ମୌଜା କଳପଡା ସ୍ଥିତ କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ପାଳନ କରାଯାଇ କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଭାରତୀୟ କିସାନ ସଙ୍ଘର ବିଭାଗ ସଂଯୋଜକ ପରିବେଶବିତ୍ ଦେବି ପ୍ରସାଦ ପତି, ରବୀନ୍ଦ୍ର ପାତ୍ର, ଅନୀଲ ମହାପାତ୍ର, ନାଗେଶ୍ୱର ମହାଳି, ଗାନ୍ଧୀ ଗୁରୁ ଦାସ, ଅନିରୁଦ୍ଧ ରାଉଳ, ରଞ୍ଜିତ ପତି, ବନବିହାରି ମୁଦୁଲି, ଅଶୋକ ମହାନ୍ତି, ଲଷ୍ମୀଧର ମୁଦୁଲି, ଶିବ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ସୂଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *