ପଞ୍ଚାୟତର ମାସିକ ବୈଠକ ରେ ଚଞ୍ଚକତା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଚଞ୍ଚକତା କରି ପଞ୍ଚାୟତର ମାସିକ ବୈଠକ ରେ ଓ୍ୟାର୍ଡ ସଭ୍ୟ ସଭ୍ୟା ମାନଙ୍କର ଦସ୍ତଖତ କରାଇ ନେଉଛନ୍ତି ପିଇଓ ଏବଂ ସରପଞ୍ଚ ! ବିଡ଼ିଓ ଙ୍କ ନିକଟରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ୭ ଓ୍ୟାର୍ଡ ସଭ୍ୟ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତରେ ଉନ୍ନତିମୂଳକ କାମ ରେ ଓ୍ୟାର୍ଡ ସଭ୍ୟ ଓ ସଭ୍ୟା ଙ୍କ ଠାରୁ ଦସ୍ତଖତ କରାଇ ନେଇ ପଞ୍ଚାୟତର କାମ କରାଯାଉଛି , ହେଲେ ଅନ୍ଧାରରେ ରଖାଯାଉଛି ଲୋକ ପ୍ରତିନିଧି ମାନଙ୍କୁ । ଏଠି ଖୋଦ୍ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ ସାହାଣୀ ଙ୍କ କାର୍ଯ୍ୟ ସନ୍ଦେହ ଘେରରେ ବୋଲି ଅଭିଯୋଗ କରିଛନ୍ତି ୭ ଜଣ ଓ୍ୟାର୍ଡ ସଭ୍ୟ ସଭ୍ୟା ।

ସରକାର ଙ୍କ ନୀତି ନିୟମ ଭିତରେ ଗ୍ରାମ ପଞ୍ଚାୟତ ର ଉନ୍ନତିମୂଳକ କାମ ପାଇଁ ପ୍ରତି ମାସରେ ପଞ୍ଚାୟତରେ ପଂଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କର ବୈଠକ ବସିବା ସହିତ ପଂଚାୟତର ଆଗାମୀ ଖସଡ଼ା ପ୍ରସ୍ତୁତ କରାଯାଏ । ଯାହାକି ପଂଚାୟତର ସମସ୍ତ ଲୋକ ପ୍ରତିନିଧି ମାନଙ୍କ ମତାମତ କୁ ନେଇ ରେଜୁଲେସନ କରାଯାଏ ଏବଂ ଏହି ରେଜୁଲେସନ ରେଜିଷ୍ଟ୍ରାର ରେ ଉପସ୍ଥିତ ଥିବା ଲୋକ ପ୍ରତିନିଧି ମାନଙ୍କ ଦସ୍ତଖତ କରାଯାଏ । ଏଠି କିନ୍ତୁ ଆଇନି ସଂପୂର୍ଣ୍ଣ ଓଲଟା । ଏଠି କାର୍ଯ୍ୟନିର୍ବାହୀ ଙ୍କ ମନମାନି ରେ ଚାଲେ ପଂଚାୟତର ରେଜୁଲେସନ ର ରେଜିଷ୍ଟ୍ରାର । ଆଗେ ଦସ୍ତଖତ କର ପରେ ପ୍ରକଳ୍ପ ଲେଖା ହେବ ! ଏ ବାବଦରେ ସ୍ଥାନୀୟ ସରପଞ୍ଚ ଜୟଦେବ ରାଉତ ଙ୍କୁ ପଚାରିବାରୁ ତାଙ୍କର ଏଥିରେ ତାଙ୍କର କୈାଣସି ଭୂମିକା ନାହିଁ ଓ ସେ ପଂଚାୟତର ଉନ୍ନତି ମୂଳକ କାମ ପାଇଁ ପଂଚାୟତର ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ସାମିଲ ହୋଇ କାମ କରିବାକୁ ଆହ୍ବାନ ଦେଇଥିବା ବେଳେ କ୍ୟାମେରା ସାମ୍ନାକୁ ଆସି ନଥିଲେ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ ସାହାଣୀ । ସରକାର ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମାସିକ ଲୋକ ପ୍ରତିନିଧି ମାନଙ୍କ ବୈଠକ ଓ ପ୍ରସ୍ତାବ ରେ ଯୋଜନା ସବୁ ସର୍ବସମ୍ମୁଖରେ ସ୍ଥିରୀକୃତ ହେବାର ପ୍ରାବଧାନ ଥିଲେ ସୁଦ୍ଧା ଏଠି କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମେରିରାୟ ଶାସନ ରେ ଚଞ୍ଚକତା ର ଗନ୍ଧ ଚାରିଆଡ଼େ ବାରି ହୋଇ ପଡ଼ୁଛି। ତେଣୁ ଆଗାମୀ ଦିନରେ ପଂଚାୟତର ଉନ୍ନତି ମୂଳକ କାମକୁ ନେଇ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଆନ୍ଦୋଳନ ନ କରିବେ ସେ କଥା କିଏ କହି ପାରିବ ?

 

 

 

Leave a Reply

Your email address will not be published. Required fields are marked *