କ୍ୟାଡର ପୁନଃବିନ୍ୟାସରେ ଅହେତୁକ ବିଳମ୍ବ ପ୍ରତିବାଦରେ କୃଷି ଅଧିକାରୀଙ୍କ ସାମୁହିକ ଛୁଟି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର କାର୍ଯ୍ୟରତ କୃଷି ଅଧିକାରୀ ମାନେ କ୍ୟାଡର ପୁନ ବିନ୍ୟାସରେ ଅହେତୁକ ବିଳମ୍ବର ପ୍ରତିବାଦରେ 31 ଅଗଷ୍ଟ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ରେ ରହିଥିବା ଜଣା ପଡ଼ିଛି । ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ କୃଷି ଅଧିକାରୀ ମାନଙ୍କ ସମୂହ ଛୁଟି । ପ୍ରକାଶ ଥାଉକି କ୍ୟାଡର ପୁନ ବିନ୍ୟାସ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୃଷି ଅଧିକାରୀ ମାନେ ଛୁଟିରେ ରହିବେ । 19 ଅଗଷ୍ଟ 2023 ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ଜିଲ୍ଲାପାଳଙ୍କ ଜରୀଆରେ କୃଷି ସେବା ସଂଘ ଗଜପତି ଶାଖା ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ କ୍ୟାଡ଼ରର ପୁନ ବିନ୍ୟାସ ବିଳମ୍ବ ହୋଇ ଥିବାରୁ ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ସମୂହ ଛୁଟିରେ ରହି ଥିବାର ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *