ଜଗତଜନନୀ ଙ୍କ ନବରାତ୍ର ପୂଜା : ପୂଜା ମଣ୍ଡପରେ ପ୍ରବଳ ଜନ ଗହଳି !!!

0
40
Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜଗତଜନନୀ ଙ୍କ ନବରାତ୍ର ପୂଜା, ପୂଜା ମଣ୍ଡପରେ ପ୍ରବଳ ଜନ ଗହଳି ! ମାଆ ଜଗତ ଜନନୀଙ୍କ ନବରାତ୍ର ରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା, ମା’ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା ଚାଲିଛି l ମା ଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଛି । ସେଥିପାଇଁ ସମଗ୍ର ବାଲିଗୁଡା ହୋଇ ଉଠିଛି ଚଳଚଞ୍ଚଳ । ବିଶ୍ଵାସ ଅଛି ମା’ଙ୍କୁ ଦର୍ଶନ କଲେ ମନର ମାନସିକ ପୂରଣ ହୋଇଥାଏ । ରାସ୍ତାର ଦୁଇ ପାର୍ଶ୍ଵ ରେ ଥିବା ମା’ପାଟଖଣ୍ଡା ଦୁର୍ଗାପୂଜା ସମିତିର ମାର୍କେଟର ଆରମ୍ଭ ଓ ଶେଷରେ ଶ୍ରୀରାମ ମନ୍ଦିର ତୋରଣ ସବୁଠାରୁ ଆକର୍ଷଣୀୟ ହୋଇପାରିଛି, ସେହିପରି ମା’ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ମଧ୍ୟ ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ସୁସଜ୍ଜିତ ତୋରଣ ମନଲୋଭା ହୋଇପାରିଛି l ଦଶହରା ଶେଷ ପର୍ଯ୍ୟନ୍ତ ଗହଳି ହେଉଥିବା ଦୃଷ୍ଟିରୁ ବାଲିଗୁଡା ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ପୁଲିସ ମୁତୟନ କରାଯାଇ କଡା ପହରା ବ୍ୟବସ୍ଥା ଗ୍ରହଣ କରାଯାଇଛି l

LEAVE A REPLY

Please enter your comment!
Please enter your name here