ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ !!!

0
189

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ତତ୍ଵାବଧାରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ୨୦ରୁ ଅଧିକ ମୂଲ୍ୟବାନ ଗଛର ଚାରା ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ନିମନ୍ତେ ଏବଂ ବର୍ତ୍ତମାନ ମନୁଷ୍ୟ ନିଜର ସୁଖ ସ୍ଵାଚ୍ଛନ୍ଦ ପାଇଁ ପରିବେଶର ସମସ୍ତ ଜିନିଷକୁ ନିଜର ହାତବାରିସୀ କରି ବ୍ୟବହାର କରୁଛି । ଯେପରିକି ଗଛକୁ କାଟି ଘର ତିଆରି କରିବାରେ ଏବଂ ବିଭିନ୍ନ ଆସବାସ ଉପକରଣ କରିବା ପାଇଁ ବ୍ୟବହାର କରିଚାଲିଛି । ଯା’ ଫଳରେ ଗଛର ପରିମାଣ ବର୍ତ୍ତମାନ କମିଯାଉଛି । ବଞ୍ଚି ରହିବା ପାଇଁ ମୌଳିକ ଉପାଦାନ ଟି ଆବଶ୍ୟକ ତାହା ହେଉଛି ଅମ୍ଳଜାନ । ସେହି ଅମ୍ଳଜାନର ପରିମାଣ କମିବାରେ ଲାଗିଛି । ଯାହାଫଳରେ ଆମେ ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହେଉଛୁ ।

ଏହି ସମସ୍ତ ଘଟଣାକୁ ଆଖି ଆଗରେ ରଖି ବନ ମହୋତ୍ସବ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଜୁଲାଇ ୧ ତାରିଖରୁ ୭ ତାରିଖ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି । ଏହି ସମୟରେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଚାଲୁରହିଛି । ଯା’ ଫଳରେ ଆମର ବୃକ୍ଷର ପରିମାଣ ବୃଦ୍ଧି ପାଇବ ଏବଂ ଆମେ ଉପଯୁକ୍ତ ପରିମାଣର ଅମ୍ଳଜାନ ପାଇପାରିବା ଏବଂ ବିଭିନ୍ନ ରୋଗ ଆକ୍ରମଣରୁ ରକ୍ଷା ପାଇ ପାଇବା ବୋଲି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ସେକ୍ସନ ଅଫିସର ହରିକୃଷ୍ଣ ମହାପାତ୍ର , ଇପି ସଂଜୟ ପାତ୍ର , ସୁରେନ୍ଦ୍ର ପାତ୍ର , ଲିଙ୍ଗରାଜ ସାହୁ , ପ୍ରିୟଦର୍ଶୀ ମିଶ୍ର , କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here