ସରିଲା ଅମଲାତନ୍ତ୍ର ର ଅମଲା ଉତ୍ସବ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସରିଲା ଅମଲାତନ୍ତ୍ର ର ଅମଲା ଉତ୍ସବ l ଅମଲାତନ୍ତ୍ର ର ଅମଲା ଉତ୍ସବ ଆଜି ଶେଷ ହୋଇଛି , ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି , ଓକିଲ ସଙ୍ଘର ସଂପାଦକ ନିତ୍ୟାନନ୍ଦ ମହାନ୍ତି , ପ୍ରେସ କ୍ଳବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରଭୁତି ଅତିଥି ଭାବେ ଯୋଗ ଦେଇଥିଲେ l ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ସଙ୍ଘ ର କର୍ମକର୍ତ୍ତା ଙ୍କ ଦ୍ୱାରା ଅମଡ଼ା ଝଡ଼ ସାମାଜିକ ନାଟକ ପରିବେଷଣ କରାଯାଇଥିଲା l ଏହି ତିନି ଦିନର କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ବୃନ୍ଦ ମନ ଭରି ଉପଭୋଗ କରିଥିଲେ l

Leave a Reply

Your email address will not be published. Required fields are marked *