ଗୁମ୍ମାଗଡ଼ା ଅଞ୍ଚଳରେ ପୁଣି ଏକ ବେଆଇନ ବାଣ ଗୋଦାମ ଠାବ : ପ୍ରାୟ ୩ ଲକ୍ଷ ମୂଲ୍ୟର ବିଭିନ୍ନ ପ୍ରକାର ବାଣ ଜବତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ବିରୋଧରେ ଚାଲିଥିବା ଅଭିଯାନକୁ ଜାରି ରଖି ପାରଳାଖେମୁଣ୍ଡି ପୋଲିସ ଆଜି ଭୋର ସମୟରେ ଗୁମ୍ମାଗଡ଼ାସ୍ଥିତ ଟାଟା ମୋଟର୍ସ ୱାର୍କସପ୍ ପଛପଟ ଅଞ୍ଚଳରେ ଚଢ଼ାଉ କରି ଏକ ପରିତ୍ୟକ୍ତ ଗୋଦାମରେ ବେଆଇନ ଭାବେ ଗଚ୍ଛିତ ଥିବା ବହୁ ପରିମାଣର ବିଭିନ୍ନ ପ୍ରକାର ବାଣ ଠାବ କରିଛି। ଯାଞ୍ଚ ସମୟରେ ଭଲ୍ଲା ବିକାଶ (୨୭), ପିତା- ଭି. ମହେଶ, ନ୍ୟୁ ବସ୍‌ଷ୍ଟାଣ୍ଡ, ପାରଳାଖେମୁଣ୍ଡି, ଜିଲ୍ଲା- ଗଜପତି ଆବଶ୍ୟକ ବୈଧ ଲାଇସେନ୍ସ ବା ଅନୁମତି ନନେଇ ବିଭିନ୍ନ ପ୍ରକାରର ବାଣ ସଂଗ୍ରହ କରି ଉକ୍ତ ଗୋଦାମରେ ଗଚ୍ଛିତ ରଖିଥିବା ଜଣାପଡ଼ିଛି। ଜବତ ବାଣଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ Rs. ୩ ଲକ୍ଷ। ଗୋଦାମରୁ ମିଳିଥିବା ସମସ୍ତ ବାଣକୁ ଆଇନଗତ ପ୍ରକ୍ରିୟା ଅନୁସାରେ ଜବତ କରାଯାଇଥିବା ସହ ସୁରକ୍ଷା ଦୃଷ୍ଟିରୁ ଗୋଦାମକୁ ସିଲ୍ କରାଯାଇଛି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୩୮୯/୨୦୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଥାନା ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି କୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *