ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୁଷ୍କର୍ମ କରିବା ପରେ ମରଣାନ୍ତକ ଆକ୍ରମଣ ଘଟଣା ନେଇ ସୁକିନ୍ଦା ଥାନାରେ ଅଭିଯୋଗ କଲେ ବୋହୁ . ଶ୍ଵଶୁରଙ୍କ ବିରୋଧରେ ବୋହୁ ଥାନାରେ ଏପରି ଏତଲା ଦେବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋର ଧରିଛି ଚର୍ଚ୍ଚା l ଏହି ପରି ଲଜ୍ଜାଜନକ ଘଟଣା ଘଟିଛି ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତଣ୍ଡା ଗ୍ରାମରେ l ଅଭିଯୋଗ ଅନୁଯାୟୀ ବର୍ତଣ୍ଡା ଗ୍ରାମର କୁନା ସାହୁ ନିଜ ବୋହୂକୁ ବିଫଳ ପ୍ରେମ ନିବେଦନ କରିବା ସହିତ ଦୁଷ୍କର୍ମ କରିବା ପରେ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା . ଏହା ସହିତ ଗଣମାଧ୍ୟମ ଆଗରେ ଦେଇଛନ୍ତି ବିସ୍ଫୋରକ ବୟାନ . ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆରମ୍ଭ କରିଛି ତଦନ୍ତ . ଏପରିକି ଶ୍ଵଶୁରଙ୍କ ଏପରି ଘୃଣ୍ୟ କାମ ବିଷୟରେ ସ୍ୱାମୀ ମାନସ ସାହୁଙ୍କୁ କହିବାରୁ , ସ୍ୱାମୀ ଓଲଟା ତାଙ୍କୁ ଶାରିରୀକ ମାନସିକ ନିର୍ଯ୍ୟାତନା ଦେଉଥିଲେ l ପୀଡିତା ବାଧ୍ୟହୋଇ କିଛି ଗ୍ରାମବାସୀ ଓ ବାପଘର ଲୋକଙ୍କ ସହାୟତାରେ ଶ୍ୱଶୁର ସ୍ୱାମୀଙ୍କ କବଳରୁ ମୁକ୍ତି ପାଇ ନ୍ୟାୟ ପାଇବା ଆଶାରେ ସୁକିନ୍ଦା ଥାନାର ଦ୍ୱାରସ୍ଥ ହୋଇଥିଲେ l ସୁକିନ୍ଦା ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି l