ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆଜି ରଜ ସଂକ୍ରାନ୍ତି ରେ କରୋନା ଆକ୍ରାନ୍ତଙ୍କୁ ଯୋଗ ଶିଖାଇବା ସହିତ କିଛି ଶୁଖିଲା ଖାଦ୍ୟ ଓ ପ୍ରଫେସର ଅମୀୟ ପ୍ରଧାନ ଙ୍କ ରଚିତ ନବାକ୍ଷରୀ ଶ୍ରୀମଦ ଭାଗବତ ଗୀତା ପଢିବା ପାଇଁ ଦେଇ ଆକ୍ରାନ୍ତ ମାନଙ୍କ ମନୋବଳ ବଢାଇଥିଲେ ସାମାଜିକ କର୍ମୀ ଚିନ୍ମୟୀ ଦାସ . ସାନିଟାଇଜର , ମାସ୍କ ପ୍ରଦାନ ସହିତ ଥର୍ମାଲ ସ୍କ୍ରିନିଂ ଜରୀଆରେ ଆକ୍ରାନ୍ତ ମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରିଥିଲେ । ଉପଯୁକ୍ତ ସେବା, ସମ୍ମାନ, ଭଲ ପାଇବା ଦ୍ୱାରା ରୋଗ ଭଲ ହୁଏ ଏ ବାର୍ତ୍ତା ଆଜି ସବୁଆଡେ ପହଞ୍ଚି ପାରିଛି . ସୂଚନା ଥାଉ କି ଦୁଧିଆବେଡା ଗ୍ରାମରେ ଦୁଇ ଜଣ ବ୍ୟକ୍ତି ଙ୍କର କରୋନା ରେ ମୃତ୍ୟୁ ବରଣ କରିଥିବା ସମୟରେ ଗ୍ରାମର ବହୁ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ , ସୌଭାଗ୍ୟ ର କଥା ଆଜି ସମସ୍ତେ ସୁସ୍ଥ , କାଲି ଏମାନେ ସବୁ ନିଜର ଘରକୁ ଫେରିବେ । ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ତଦାରଖ କରୁଥିଲେ ସ୍ଥାନୀୟ ସରପଞ୍ଚ ମହୋଦୟ , ସେଥିପାଇଁ ସେ ସରପଞ୍ଚ ଓ ଜୟନ୍ତ ପ୍ରଧାନଙ୍କ ସହଯୋଗ ତଥା ସେବା ମନୋଭାବ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତିି । ବିଭିନ୍ନ ସମୟରେ ଚିନ୍ମୟୀ ନିଜ ସମାଜସେବା କାର୍ଯ୍ୟ ପାଇଁ ଲୋକ ମାନଙ୍କ ଠାରୁ ପ୍ରଶଂସା ପାଇଥିବା ବେଳେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଟ୍ୱିଟ ଯୋଗେ ତାଙ୍କୁ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ ଚିନ୍ମୟୀ ଅନୁଗୋଳ ର ଜରପଡା ଅଞ୍ଚଳରେ ଏକ ଲେଡ଼ିଜ କର୍ଣ୍ଣର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ସମୟରେ ଅଧିକାଂଶ ସମୟ ସମାଜସେବା କାର୍ଯ୍ୟ ରେ ଲଗାଇଥାନ୍ତି ।