ସମୟ ସ୍ରୋତରେ ସଂସ୍କୃତି ଓ ପରମ୍ପରା ହିଁ ଗୋଟିଏ ଜାତିର ବୈଶିଷ୍ଟ୍ୟ : ତାର ଇତିହାସ ହିଁ ସାମ୍ପ୍ରତିକ ପରିସ୍ଥିତିର ବାସ୍ତବ ଚିତ୍ର ।

0
299

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତି ମହିଳା ସଙ୍ଗଠନ, ଆନୁକୂଲ୍ୟରେ ଏକ ଭରଚୁଆଲ ଆଲୋଚନା ଅନୁଷ୍ଟିତ ହୋଇ ଯାଇଛି । ସଭାରେ ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ଏବଂ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସଂସ୍କୃତି ଓ ପରମ୍ପରା ଯେତେ ପୁରୁଣା ହେଲେ ମଧ୍ୟ ତାହା ଜନ ଜୀବନକୁ ଯୁଗ ଯୁଗ ଧରି ପ୍ରେରଣା ସଂହତି, ସଦ୍ଭାବ ଏବଂ ସଂସ୍କାର ଶିକ୍ଷା ଦେଇ ଆସୁଛି ବୋଲି ମତ ପ୍ରକାଶ ପାଇଛି । ଆଲୋଚନାରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଭାଗବତ ପାଢୀ , ଡ଼ି. ପ୍ରିୟଙ୍କା, କଳ୍ପନା ପଟ୍ଟନାୟକ, ରାଜେଶ୍ୱରୀ ସ୍ୱାଇଁ, ବିଷ୍ଣୁପ୍ରିୟା ମଣ୍ଡଳ, ପ୍ରଫୁଲ୍ଲ ବେବର୍ତ୍ତା, ମମତା ପାଢ଼ୀ, ଡ଼ାକ୍ତର ମୂର୍ମୁ, ଗୀତାଞ୍ଜଳି ଜେନା , ପ୍ରେମାନନ୍ଦ ପଟନାୟକ,ପ୍ରଭୃତି ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here