ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡୁବୁରୀରେ ବିଜେପିର ସୁରକ୍ଷା ବନ୍ଧନ ଉତ୍ସବ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ସୁକିନ୍ଦାରେ ବିଜେପି ପକ୍ଷରୁ ସୁରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା କୁହାଯାଉଥିବା ଡୁବୁରୀ ଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ସୁରକ୍ଷା ବନ୍ଧନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳ ସାମନ୍ତ, ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ମହିଳା ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଐଶର୍ଯ୍ୟା ବିଶ୍ଵାଳ, ବବିତା ମଲ୍ଲିକ, ପିଙ୍କି ପ୍ରଧାନ, ସ୍ମୁତିରେଖା ପହି, ସାରଦା ଶତପଥୀ, ସାରଦା ପ୍ରଧାନ, ଅମର ନାୟକ, ବିଶ୍ୱଜିତ ନାୟକ, ରମେଶ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ଅମଳେନ୍ଦୁ ବେହୁରା, ସୁଧାଂଶୁ ଭଞ୍ଜ, ପ୍ରଶାନ୍ତ ରାୟ, ପ୍ରତାପ ଧିର, ପବିତ୍ର ମହାପାତ୍ର, ରଶ୍ମିରେଖା ଦାସ , ସିପ୍ରା ବାଜପେୟୀ, କସ୍ତୁରୀ ମିଶ୍ର , ସରପଞ୍ଚ ରେବତୀ ମହାନ୍ତ, ଶର୍ମିଷ୍ଠା ବରାଳ, ସିପ୍ରାରାଣି ବରାଳ, ଇତିଶ୍ରୀ ପଟ୍ଟନାୟକ, ବନଜା ଜେନା, ନିନାରାଣି ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ମନ୍ଦାକିନି ସେଠୀଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ନେତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ବିଶେଷ କାର୍ଯ୍ୟକ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବହୁ ପୁରୁଷ ଓ ମହିଳା ବିଜେପି ସଙ୍ଗଠକ ଯୋଗ ଦେଇଥିବା ବେଳେ , ମଞ୍ଚ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁକିନ୍ଦା ଯୁବ ମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଚିତ୍ରରେ ଉପସ୍ଥିତ ମହିଳା ମାନେ ରାକ୍ଷୀ ବାନ୍ଧି ଦେଶକୁ ସୁରକ୍ଷା ଦେବାର ସନ୍ଦେଶ ଦେଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳସାମନ୍ତ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

