ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମ ଇଟାମାଟି ଶାଖା ର ବରଦାନୀ ଭବନ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ! ଆଶ୍ରମ ର ସଞ୍ଚାଳିକା ରାଜ ଯୋଗିନୀ ସସ୍ମିତା ଭଉଣୀ , ଯଦୁମଣି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ତଥା ଗ୍ରାମର ବରିଷ୍ଠ ନାଗରିକ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଉତ୍ସବ ପ୍ରାରମ୍ଭ ରେ ରକ୍ଷା ବନ୍ଧନ ଉପରେ ଆଲୋକପାତ କରି ସସ୍ମିତା ଭଉଣୀ ସମସ୍ତଙ୍କୁ ଅଭିଭୂତ କରିଥିଲେ , ଡଃ ରାଜ କିଶୋର ବରାଡ, ଜଗନ୍ନାଥ ଦାସ, ଡ଼ ରଙ୍ଗନାଥ ବେହେରା, ଭାଗିରଥି ବାଇ, ଉମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ନାୟକ, ରାଜ କିଶୋର ନାୟକ, କିଶୋର ଚନ୍ଦ୍ର ସାହୁ ଏବଂ ନରେଶ କୁମାର ସାହୁ ପ୍ରମୂଖ ଏଥିରେ ଯୋଗଦାନ କରିଥିଲେ । ଉତ୍ସବ ଶେଷରେ ଆଶ୍ରମ ର ନିରଞ୍ଜନ ଭାଇ ଓ ଭଉଣୀ ମାନେ ସମସ୍ତ ଙ୍କୁ ମିଷ୍ଟାନ୍ନ ଭୋଜନ ରେ ଆପ୍ୟାୟିତ କରିଥିଲେ !
ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମ ଇଟାମାଟି ଶାଖା ର ବରଦାନୀ ଭବନ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ !!!

