ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ହିନ୍ଦୁ ଧର୍ମରେ ଗୋମାତା କୁ ପୂଜା କରୁଥିବା ବେଳେ , ଗୋମାତା ମାନଙ୍କୁ ଅତି ନିର୍ମମ ହତ୍ୟା କାରାଉଥିବା ପରି ଅତ୍ୟନ୍ତ ଦୁଃଖଦ ଖବର ଦେଖିବାକୁ ମିଳୁଛି ! ଏହିପରି ବାରମ୍ବାର ଗୋରୁ ଙ୍କୁ ମାରିବା ଓ ଗୋଚାଲାଣ ବାରମ୍ବାର ହେଉଥିବା ଦେଖିବାକୁ ମିଳୁଛି ଓ ଖବର କାଗଜରେ ଖବର ବାରମ୍ବାର ପ୍ରକାଶ ହୋଇଥିବା ବେଳେ କେବେ ପ୍ରଶାସନ ର ନିଦ କେବେ ଭାଙ୍ଗିବ ଦେଖିବାକୁ ବାକିରହିଲା l ଆଜି ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଣପୁର ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ରୁ ଏକ ଗାଡ଼ିରେ ମୃତ ଗୋରୁ ବୋଝେଇ ହୋଇ ଚାଲାଣ ହେଉଥିବା ଖବର ପାଇ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ ଗାଡିକୁ ପିଛାକରି ଅଟକାଇଥିଲେ l ଗାଡ଼ିରେ ରକ୍ତ ଚୁଡୁବୁଡୁ ହୋଇଛି ସେଥିରେ ଅନେକ ଗୋରୁଙ୍କ ମୃତ୍ୟୁଦେହ ଥିଲା l କିନ୍ତୁ ଏହି ଗାଡିଟି କଲିକତା ରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ ଦଳକୁ ପ୍ରଥମେ ଖବର ପହଂଚିବା ବେଳେ ସେଠାରେ ଗାଡିକୁ ଅଟକାଇ ଦେଖିଲା ବେଳକୁ ଗାଡିଟି ଆନ୍ଧ୍ର ପ୍ରଦେଶର ବୋଲି ଜଣା ପଡିଥିଲା l ଘଟଣା ସ୍ଥଳରେ ଉତେଜନା ଲାଗିରହିଥିବା ଦେଖି ବାଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡିର ଡ୍ରାଇଭର ଓ ହେଲ୍ପରକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି l ଏହି ଗୋରୁ ଚାଲାଣରେ କେଉଁ ବ୍ୟକ୍ତିଙ୍କ ହାତ ଅଛି ପ୍ରକୃତ ରହସ୍ୟ ପର୍ଦାଫାଶ ହେବ ବୋଲି ବାଣପୁର ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି ।


