ବାଣପୁର ଥାନା ଅଞ୍ଚଳରେ ପାଣି ପାଉଚ୍ ନାଁରେ ନକଲି ମଦ କାରବାର : ୨ ଗିରଫ !!!

0
1137
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବ୍ୟାଗ୍ ରେ ନକଲି ମଦ କାରବାର , ତାହା ପୁଣି ଖୁଲୁମ୍ – ଖୋଲା । ସବୁଦିନ ପରି ୨ ଜଣ ମଦ ବେପାରୀ ଏପରି ଭାବେ ନକଲି ମଦ କାରବାର କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗର କିଛି କର୍ମଚାରୀ ଏମାନଙ୍କ ଠାରୁ ପାଣି ପାଉଚ୍ ମାଗିଲେ ! ହେଲେ କୋଡ୍ ୱାର୍ଡ କହିଲେ ନାହିଁ ! ତେଣୁ ଏମାନଙ୍କୁ ପାଣି ପାଉଚ୍ ଦେଲେ ନାହିଁ ମଦ ବେପାରୀ ଦ୍ୱୟ । ଏମାନେ ତ’ ପାଣି ପାଉଚ୍ ବିକ୍ରୀ କରୁଛନ୍ତି ଅଥଚ ପାଣି ପାଉଚ୍ ଦେଉନାହାନ୍ତି କାହିଁକି ? ତା ହେଲେ ଏସବୁ କେଉଁ ପାଣି ପାଉଚ୍ ବିକ୍ରୀ ହେଉଛି ? ଏହାକୁ ସନ୍ଦେହରେ ଧରପଗଡ କରୁ କରୁ ତାହା ନକଲି ମଦ ପାଉଚ୍ ବୋଲି ଚିହ୍ନଟ ହୋଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପୁର ଗ୍ରାମର ଦେବରାଜ ନାୟକ ଏବଂ ବାଲୁଗାଁ ଥାନା ଆଙ୍କୁଲାଚଟି ଗ୍ରାମର ଦୀପକ ନାୟକ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here