ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ଅରାଙ୍ଗ ଗ୍ରାମ ଓ ଦାମିଆ ବରବରା ର କଦମ୍ବ ଝୁଲା ଗ୍ରାମରେ ବଜ୍ରାଘାତ ଘଟି ଦୁଇ ଜଣଙ୍କ ମୃତ ହୋଇଥିବା ବେଳେ ତିନଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ ଅରାଙ୍ଗ ଗ୍ରାମର ରଂଜତ ରଣସିଂହ ୨୨ବର୍ଷ ଓ କଦମ୍ବ ଝୁଲା ଗ୍ରାମର ଆମର ଶବର ୧୨ ବର୍ଷ ! ଆହାତ ବ୍ୟକ୍ତିଙ୍କର ନାମ ହେଲା ନାଲ୍ଲା ନାୟକ , ପ୍ରଶାନ୍ତ ନାୟକ ଓ ପଞ୍ଚୁ ନାୟକ । ବିଲକୁ କାମ କରିବାକୁ ଯାଇଥିବା ବେଳେ ବର୍ଷା ଯୋଗୁ ବିଲ ଗହିରେ ଥିବା ଭାଡିରେ ଆଶ୍ରା ନେଇଥିଲେ । ହଠାତ ବିଜୁଳି ମାରିବାରେ ରଂଜତ ଘଟଣାସ୍ଥଳରେ ମୃତବରଣ କରିଛି । ସେହିପରି କଦମ୍ବ ଝୁଲା ଗ୍ରାମର ଆମର ଶବର ଛତାଧରି ଗାଁ ଦାଣ୍ଡରୁ ଘରକୁ ଯାଉଥିବା ବେଳେ. ହଠାତ ବଜ୍ରାଘାତ ଘଟିବାରେ ଆମର ଅଚେତ ଅବସ୍ଥାରେ ରାସ୍ତାରେ ପଡିଯାଇଥିଲା । ଅମରର ଏପରି ଅବସ୍ଥା ଦେଖି ଗ୍ରାମର କିଛି ଲୋକ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ ! ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ବାଣପୁର ଅଞ୍ଚଳ ରେ ଏକ ଦୁଃଖଦ ବାତାବରଣ ସୃଷ୍ଟି ହୋଇଛି ।