ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପକ୍ଷରୁ ପରିଚାଳିତ ଦଶହରା ପୂଜାରେ ମା ଦୂର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ପବିତ୍ର ମାଟି ଉଠା କାର୍ଯ୍ୟ ଜନ୍ମାଷ୍ଟମୀ ସନ୍ଧ୍ୟାରେ ସମ୍ପାଦନ ହୋଇଯାଇଛି । ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଶତାଧିକ ଲୋକ ପ୍ରଭୁଙ୍କ ନାମ ସଂକୀର୍ତ୍ତନ କରି ଏକ ଶୋଭାଯାତ୍ରାରେ ପୁଜାମଣ୍ଡପରୁ ବାହାରି ବିରିଗଡା ନାଳ କୂଳରେ ପହଞ୍ଚିବା ପରେ ଯଥାବିଧି ପୂଜାକାର୍ଯ୍ୟ ଆରମ୍ଭ ହୋଇ ମାଟି ଉଠାଯାଇଥିଲା । ସୁକିନ୍ଦା ଥାନାର ସମସ୍ତ କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ , ଜନପ୍ରତିନିଧି ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଏହି ଅନୂକୁଳ ପୂଜାକାର୍ଯ୍ୟ ମହାସମାରୋହରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।
ପବିତ୍ର ଜନ୍ମାଷ୍ଟମୀ ତିଥିରେ ମା ଙ୍କ ବିଗ୍ରହ ନିର୍ମାଣ ପାଇଁ ପୁଜାରମ୍ଭ !!!

