ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ସମାରୋହ : କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ରଙ୍କ ଭଜନରେ ଝୁମିଲେ ଦର୍ଶକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ, ନୟାଗଡ଼ ପକ୍ଷରୁ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ ତମ ଜୟନ୍ତୀ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରେ ପ୍ରଥମେ ପଠାଣି ସାମନ୍ତ ଅଡିଟୋରିୟମ ସାମନାରେ ଥିବା ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ଧୂପ, ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଯୋଗଦାନ କରିଥିଲେ । ସେହିପରି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଅନୁଷ୍ଠିତ ଭଜନ ସମାରୋହରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ର ଭଜନ ପରିବେଶଣ କରିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ବିମୋହିତ ହୋଇଥିଲେ । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଆୟକର କମିଶନର ଶରତ ଚନ୍ଦ୍ର ଦାଶ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ୱିବେଦୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ ଏବଂ ଦୂରଦର୍ଶନ ବିଚାରକ ମଣ୍ଡଳୀ ସଦସ୍ୟା ଶୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ମାଟିର କୃତୀ ସନ୍ତାନ ତଥା ଭାରତ ସରକାରଙ୍କ ଡାକ ସେବା ମନ୍ତ୍ରଣାଳୟର ପ୍ରାକ୍ତନ ସଚିବ ପ୍ରଦୀପ କୁମାର ବିଶୋଇଙ୍କୁ ନୟାଗଡ଼ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ନୟାଗଡ଼ ବନ୍ଧୁ ଭାବେ ପୂର୍ବତନ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶଙ୍କୁ ଦାସିଆ ଅଜା ସାହିତ୍ୟ ସମ୍ମାନ, କୃଷି ବିଜ୍ଞାନୀ ଡ.ସୁଧାଶୁଂ ଶେଖର ମିଶ୍ରଙ୍କୁ ପଠାଣି ସାମନ୍ତ ପ୍ରତିଭା ସମ୍ମାନ,ବିଶିଷ୍ଟ ଆଇନଜୀବୀ ରମେଶ ଚନ୍ଦ୍ର ଶତପଥିଙ୍କୁ ପଠାଣି ସାମନ୍ତ ଆଇନସେବା ସମ୍ମାନ, ଗବେଷକ ଚନ୍ଦ୍ରବିଜୟୀ ମିଶ୍ରଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ, ସମାଜସେବୀ ଦାମୋଦର ସାହୁଙ୍କୁ ପଠାଣି ସାମନ୍ତ ସେବା ସମ୍ମାନ, ଯୁବ ସମାଜସେବୀ ବିଭୂତ୍ତି ଭୂଷଣ ପଟ୍ଟନାୟକଙ୍କୁ ପଠାଣି ସାମନ୍ତ ଯୁବସେବା ସମ୍ମାନ୍, ବରିଷ୍ଠ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥଙ୍କୁ ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ ଏବଂ ଅନ୍ତର୍ଜାତୀୟ କ୍ରିକେଟିୟର ରାଜେଶ କୁମାର ମହାନ୍ତିଙ୍କୁ ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଅନୁଷ୍ଠିତ ଭଜନ ସମାରୋହ କାର୍ଯ୍ୟକ୍ରମକୁ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ପରିଚାଳନା କରିଥିବା ବେଳେ ଏଥିରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ବାପି,ରବିନ୍ଦ୍ର ମହାପାତ୍ରଙ୍କ ସମେତ ସ୍ଥାନୀୟ କଳାକାର ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଜଗଦିଶ ରଥ, ପ୍ରଭାତ ମିଶ୍ର, ଡ.ଆଶୁତୋଷ ମିଶ୍ର, ପ୍ରାଣକୃଷ୍ଣ ମହାରଣା, ପ୍ରଶାନ୍ତ କୁମାର ଦାଶ, ଜୟଶ୍ରୀ ଦେବୀ, ରୋଜାଲିନ ବସନ୍ତରା ପ୍ରମୁଖ ଭଜନ ପରିବେଶଣ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ କମିଟି ସଦସ୍ୟ ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *