ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଖୋର୍ଦ୍ଧା ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀରେ କୋଭିଡ ଟିକାକରଣ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ l ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ l ଜନ ସାଧାରଣଙ୍କ ସୁବିଧା ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ମିଳିମିଶି ସହଯୋଗ କରିବା ପାଇଁ ସାଂସଦ ମହୋଦୟା ଆଗ୍ରହ କଲେ l