ବାଣପୁର ଉପ ଉପକାରାଗାର ରେ ଅନ୍ତେବାସୀ ଙ୍କୁ ନେଇ ଚାରି ଦିନିଆ ଯୋଗ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜିର ବ୍ୟସ୍ତ ବହୁଳ କାର୍ଯ୍ୟଧାରାରୁ କିଛି ସମୟ ବାହାର କରି ଚାପମୁକ୍ତ ଜୀବନ ଓ ରୋଗ ବିହୀନ ଶରୀର ଗଠନ କରିବା ସହ ନିଜକୁ ଓ ନିଜର କାର୍ଯ୍ୟଧାରାକୁ କୁଶଳତା ପୂର୍ବକ ଗଢି ତୋଳିବାର ଏକ ମାତ୍ର ମାଧ୍ୟମ ଯୋଗ ଆସନ ପ୍ରାଣାୟମ ଓ ଧ୍ୟାନ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଉକ୍ତିକୁ ପ୍ରତିପାଦିତ କରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ-କାରାଗାରରେ କାରାଗାରର ଅନ୍ତେବାସୀ ଙ୍କୁ ନେଇ ଏକ ଚାରି ଦିନିଆ ଯୋଗ ଶିବିର ଆୟୋଜନ କରାଯାଇଥିଲା । ଅନ୍ତେବାସୀ ମାନେ ଅତି ଉତ୍ସାହ ସହକାରେ ଶିବିରରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ । ଅଂଶଗ୍ରହଣ କରି ଅନୁଭବ କରିଥିଲେ ଯେ ଯୋଗାଭ୍ୟାସ ଦ୍ବାରା ମନୁଷ୍ୟ ତା ଜୀବନର କାର୍ଯ୍ୟ ଶୈଳୀରେ ନିଶ୍ଚୟ ପରିବର୍ତ୍ତନ କରିପାରିବ । ଏହି ଯୋଗ କର୍ମଶାଳା ଅବସରରେ ଅଂଶଗ୍ରହଣ କରିଥିବା ସମସ୍ତ ଅନ୍ତେବାସୀ ଏକ ଆଦର୍ଶ ଓ ସୁସଙ୍ଗତ ଜୀବନ ଯାପନ କରିବା ପାଇଁ ସଂକଳ୍ପ ମଧ୍ୟ ନେଇଥିଲେ । ଉକ୍ତ କର୍ମଶାଳା ଟି କାରାପାଳ ଶ୍ରୀଜଗତ ବିହାରୀ ରାଉତରାୟ ଙ୍କ ତତ୍ୱାବଧାନରେ ଚାଲିଥିବା ବେଳେ , ଯୋଗାଚାର୍ଯ୍ୟ ପ୍ରସନ୍ନ କୁମାର ମିଶ୍ର ଏହାକୁ ସଂଚାଳନା କରିବା ସହ ଜିବନ ପାଇଁ ଯୋଗ, ଆସନ,ଧ୍ୟାନ ଓ ପ୍ରାଣାୟମ କେତେ ଜରୁରୀ ତାହା ଉପରେ ଆଲୋକପାତ କରାଇଥିଲେ ।

Leave a Reply

Your email address will not be published. Required fields are marked *