ପତ୍ନୀକୁ ଛାଡି ଅନ୍ୟ ଯୁବତୀଙ୍କ ସହ ରହୁଥିବା ଅଭିଯୋଗ ନେଇ ପତ୍ନୀ ଥାନାର ଦ୍ବାରସ୍ଥ !!!

0
187

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପତ୍ନୀକୁ ଛାଡି ଅନ୍ୟ ଯୁବତୀଙ୍କ ସହ ରହୁଥିବା ଅଭିଯୋଗରେ ପତ୍ନୀ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ସୁକିନ୍ଦା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମ ଆଶୀର୍ବାଦ ମହାନ୍ତଙ୍କ ପୁଅ ମୋହନଲାଲ ଗତ ଚାରି ବର୍ଷ ତଳେ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମ ସରୋଜିନୀ ପଣ୍ଡା ଙ୍କୁ ପ୍ରେମ ବିବାହ କରିଥିଲେ । ମୋହନଲାଲ ଭୁବନେଶ୍ୱର ଅଞ୍ଚଳରେ ଜେସିବି ଅପରେଟର ଭାବେ କାମ କରୁଥିବାରୁ ପତ୍ନୀଙ୍କ ସହ ଭୁବନେଶ୍ୱରରେ ରହୁଥିଲେ । ଗତ କିଛି ଦିନ ହେବ ମୋହନ କାମ କରୁଥିବା ସଂସ୍ଥା ତାଙ୍କୁ ବାଲେଶ୍ଵର ଅଞ୍ଚଳକୁ ପଠାଇଥିଲା । ସେଥିପାଇଁ ମୋହନ ଗତ କିଛି ମାସ ହେବ ବାଲେଶ୍ଵର ଅଞ୍ଚଳରେ ଏକା ରହୁଥିଲେ । ଗତ କିଛି ଦିନ ହେବ ମୋହନଲାଲ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହୋଇ ଅନ୍ୟତ୍ର ରହୁଥିବା ଖବର ପାଇ ସରୋଜିନୀ ମଙ୍ଗଳବାର ଦିନ ଶାଶୁଘରେ ପହଞ୍ଚିଥିଲେ । ସେଠାରେ ସ୍ବାମୀ ନଥିଲେ । ଶାଶୁ ତାଙ୍କୁ ଘରକୁ ପଶିବାକୁ ବାରଣ କରିବା ସହ ଗାଳି ଗୁଲଜ କରିବାରୁ ସରୋଜିନୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ମୋହନଲାଲକୁ ଫୋନ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ବାଧ୍ୟ ହୋଇ ସରୋଜିନୀ ମଙ୍ଗଳବାର ସନ୍ଧ୍ୟାରେ ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here