ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷାତତ୍ଵ ବିଭାଗର ପ୍ରାକ୍ତନ ପ୍ରମୁଖ .ବାଗ୍ମୀ, ପ୍ରାଧ୍ୟାପକ ରବୀନ୍ଦ୍ରନାଥ ନରେନ୍ଦ୍ର ସିଂବର୍ମାଙ୍କ ୨୮ ତମ ପୁଣ୍ୟ ତିଥି ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦିକା ସରୋଜିନୀ ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଚିଲିକା ସାହିତ୍ୟ ସମାଜ ର ସଭାପତି ବାଳମୁକୁନ୍ଦ ଦାସ ମୁଖ୍ୟଅତିଥି ,କବି ଓମ୍ ପ୍ରକାଶ ଅଗ୍ରୱଲା ମୁଖ୍ୟ ବକ୍ତା, କ୍ରୀଡା ଭାରତୀର ମୁଖ୍ୟ ବୈରାଗୀ ଚରଣ ବଳ ସମ୍ମାନୀତ ଅତିଥି, ଅଧ୍ୟାପକ ରୁଦ୍ର ପ୍ରତାପ ନରେନ୍ଦ୍ରସିଂ ବର୍ମା ଆବାହକ ଭାବରେ ଯୋଗଦେଇ ସ୍ୱର୍ଗତ ବର୍ମାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରି ମାତୃଭୂମୀ ମାତୃଭାଷା ପ୍ରତି ତାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଚିରକାଳ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସେବା ସଂଘର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ସଂବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭ୍ୟ ବିରେନ୍ଦ୍ର କୁମାର ତ୍ରିପାଠୀ ସ୍ଵାଗତ ବ୍ୟକ୍ତବ୍ୟ ରଖିଥିଲା ବେଳେ ଗୋବିନ୍ଦ ବେହେରା ସଂଯୋଜନା କରିଥିଲେ । ପ୍ରଶିକ୍ଷକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ରବୀନ୍ଦ୍ର ବର୍ମାଙ୍କ ୨୮ ତମ ଶ୍ରାଦ୍ଧୋତ୍ସବ !!!

